ETV Bharat / state

ବାଲେଶ୍ବରରେ ବାତ୍ୟାଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର ଜିଲ୍ଲାର ବାତ୍ୟା ଅଞ୍ଚଳ ବୁଲି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରରୁ ଏକ ଟିମ ଓ ରାଜ୍ୟର ଟିମ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରିବା ପରେ ରାଜ୍ୟ ଯେଉଁ ପ୍ରକାର ସହଯୋଗ ମାଗିବ ତାହା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 31, 2021, 4:05 PM IST

Union minister Dharmendra pradhan
ବାତ୍ୟା ଅଞ୍ଚଳର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର: ବାତ୍ୟା ଅଞ୍ଚଳ ବୁଲି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାତ୍ୟା ଅଞ୍ଚଳ ବୁଲିବା ସହ ଲୋକଙ୍କ ସହ ଭେଟି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ବାତ୍ୟାରେ ବହୁ ଲୋକ ପ୍ରଭାବିତ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ବାତ୍ୟା ୟସ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ବାଲେଶ୍ଵର ସଦର ବ୍ଲକ ଶ୍ରୀକୋଣା ଓ ସାର୍ଥାରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗାଁରେ ପହଞ୍ଚିବା ପରେ ସେ ବାଇକ ଯୋଗେ ନଦୀବନ୍ଧ ନିକଟକୁ ଯାଇଥିଲେ। ଯେଉଁଠାରେ ନଦୀବନ୍ଧ ଭାଙ୍ଗି ସମତଳ ଆଡକୁ ଲୁଣାପାଣି ମାଡି ଆସି ଚାଷ ଜମିରେ ପାଣି ଜମିଛି। ଲୋକଙ୍କ ଘର ଭାଙ୍ଗିବା ସହ ଅନେକ କ୍ଷତି ସହିଛନ୍ତି ଲୋକେ । ଚିଙ୍ଗୁଡ଼ି ଚାଷୀ ମଧ୍ୟ ୟସ ଯୋଗୁଁ ବହୁ କ୍ଷତି ସହିଛନ୍ତି। ଏନେଇ କେନ୍ଦ୍ରରୁ ଏକ ଟିମ ଓ ରାଜ୍ୟର ଟିମ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରିବା ପରେ ରାଜ୍ୟ ଯେଉଁ ପ୍ରକାର ସହଯୋଗ ମାଗିବ ତାହା ଯୋଗାଇ ଦିଆଯିବ। ସେହିପରି ବାତ୍ୟା ମୁକାବିଲା ପାଇଁ ବିଜ୍ଞାନ ନୂଆ ଟେକ୍ନୋଲୋଜି ବ୍ୟବହାର କରି କେମିତି ପ୍ରତିହତ କରିହେବ ସେନେଇ ତର୍ଜମା କରାଯାଉଛି। ରାଜ୍ୟ ସରକାରଙ୍କୁ ବାତ୍ୟା ଓ କରୋନା ମୁକାବିଲା ପାଇଁ ସମୁଦାୟ 27 ଶହ କୋଟି ଟଙ୍କା କେନ୍ଦ୍ର ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଅନ୍ୟପଟେ ପେଟ୍ରୋଲ ଦରବୃଦ୍ଧିକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ସ୍ତରରେ ଦରବୃଦ୍ଧି କାରଣରୁ ତୈଳଦର ବୃଦ୍ଧି ପାଉଛି। ତୈଳ ଟ୍ୟାକ୍ସରୁ ଟିକା ପ୍ରସ୍ତୁତ, କୋଭିଡ ମୁକାବିଲା ଭଳି କାର୍ଯ୍ୟରେ ନିୟୋଜିତ କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ଓ ବହୁ ବିଜେପି କର୍ମୀ ସମୀକ୍ଷା ବେଳେ ସାମିଲ ଥିଲେ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.