ବାଲେଶ୍ଵର: କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଅଭିଯୋଗରେ ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଛନ୍ତି । କୁରୁଡ଼ା ଠାରେ ଥିବା ଜ୍ୟୋତି ହସ୍ପିଟାଲ କୋଭିଡ ହସ୍ପିଟାଲର ନର୍ସମାନେ ଏଭଳି ଧାରଣା ଦେଇଛନ୍ତି ।
ହସ୍ପିଟାଲରେ ମ୍ୟାନେଜର ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ଏକୁଟିଆ ରୁମକୁ ଡାକୁଥିବା ନର୍ସମାନେ ଅଭିଯୋଗ କରିଛନ୍ତି । ଏହାସହ ସମ୍ପୃକ୍ତ ମ୍ୟାନେଜର ନର୍ସମାନଙ୍କ ନମ୍ବରରେ ଦ୍ଵିଅର୍ଥବୋଧକ ଭାବରେ ମେସେଜ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିକରି ନର୍ସମାନେ ହସ୍ପିଟାଲ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦୀର୍ଘସମୟ ଯାଏ ସେମାନଙ୍କ ପାଖରେ କେହି ପହଞ୍ଚି ନଥିବା ବେଳେ ବିଳମ୍ବିତ ରାତି ଯାଏ ନର୍ସମାନେ ଧାରଣା ଦେଇଥିଲେ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ