ETV Bharat / state

ମେଡ଼ିକାଲରେ କୋରୋନା ନିୟମ ଫୁ! - ଢେଙ୍କାନାଳ ମେଡ଼ିକାଲରେ ନାହିଁ କୋରୋନା ନିୟମ

ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଏନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଏହାର ଓଲଟା ଚିତ୍ର । ଅଧିକ ପଢ଼ନ୍ତୁ

covid guideline breaks in dhenkanal govt hospital
ମେଡ଼ିକାଲରେ କୋରୋନା ନିୟମ ଫୁ
author img

By

Published : Jan 11, 2022, 6:23 PM IST

ବାଲେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗୁଛି । ଏନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଏହାର ଓଲଟା ଚିତ୍ର ।

ମେଡ଼ିକାଲରେ କୋରୋନା ନିୟମ ଫୁ

ବାଲେଶ୍ବର ଜିଲ୍ଲାରେ କୋଭିଡ଼ କଟକଣାକୁ କଡ଼ାକଡ଼ି କରାଯାଇଛି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନକୁ ପାଳନ କରାଯାଉଛି । ଏଥିସହ ରାତ୍ରିକାଳୀନ କର୍ଫ୍ୟୁ ସହ ମାସ୍କ ଚେକିଂ ମଧ୍ୟ ଜୋରଦାର କରାଯାଉଛି। ସହରର ବିଭିନ୍ନ ଛକରେ ପୁଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏବଂ ନିୟମ ଉଲଙ୍ଘନକାରୀଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରୁଛି। ଏସବୁ ଭିତରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ନିୟମ କାର୍ଯ୍ୟକାରୀରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଡାକ୍ତରଖାନାରେ କୋରୋନା ନିୟମ କାର୍ଯ୍ୟକାରୀ ହେଲା ଭଳି କୌଣସି ଦୃଶ୍ୟ ଦେଖିବାକୁ ମିଳୁନାହିଁ । ଏଥିସହ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ କୌଣସି ପଦକ୍ଷେପମାନ ନିଆଯାଉ ନାହିଁ । ଡାକ୍ତରଖାନାକୁ ବିନା ମାସ୍କରେ ରୋଗୀମାନେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି ।

ମେଡ଼ିକାଲ ଆଗରେ ହୋଇଥିବା କରୋନା ପରୀକ୍ଷଣ କେନ୍ଦ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ତେବେ ଡାକ୍ତରଖାନା ପରିସରରେ କୋଭିଡ ହସ୍ପିଟାଲ ରହିଥିବାବେଳେ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ସେଠାରେ ରହୁଛନ୍ତି। ଏହି ସ୍ଥାନରେ କୋଭିଡ କଟକଣାକୁ ଅଧିକ କଡ଼ାକଡ଼ି କରାଯିବାର ଆଵଶ୍ୟକତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.