ETV Bharat / state

କୋଭିଡ ଆଡ଼ଭାଇଜରି ଜାରି କଲା ବାଲେଶ୍ବର ପ୍ରଶାସନ - ବାଲେଶ୍ଵର ପ୍ରଶାସନ କୋଭିଡ ଆଡ଼ଭାଇଜରି ଖବର

ବାଲେଶ୍ଵର ଜିଲ୍ଲାରେ କୋଭିଡି ସେମିତି ଚିନ୍ତା ଜନକ ନୁହେଁ ଯଦିଓ ତଥାପି ଆଡ଼ଭାଇଜରି ଜାରି କରିଛି ଜିଲ୍ଲା ପ୍ରଶାସନ । ବିଭିନ୍ନ ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଆଦିରେ ଗହଳି ନକରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଭଳି ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ବାଲେଶ୍ବର । ଅଧିକ ପଢନ୍ତୁ

ଜାରି ହେବ କୋଭିଡ ଆଡ଼ଭାଇଜରି, ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : Jul 16, 2022, 9:49 AM IST

ବାଲେଶ୍ବର: ରାଜ୍ୟରେ ଧୀରେଧୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ନେଇ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜି (ଶନିବାର) ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଆଡ଼ଭାଇଜରି ଜାରି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜାରି ହେବ କୋଭିଡ ଆଡ଼ଭାଇଜରି, ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କୋଭିଡକୁ ନେଇ ବାଲେଶ୍ଵରରେ ସେମିତି ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ମାତ୍ର ଆଜି ଠାରୁ ସତର୍କ ନହେଲେ ଆଗାମୀ ଦିନରେ ଏହା ମାତ୍ରାଧିକ ଭାବେ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ନେବ ଠୋସ ପଦକ୍ଷେପ । ଏନେଇ ଆଡ଼ଭାଇଜରି ଜାରି କରାଯିବା ସହ ବିଭିନ୍ନ ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ଆଦିରେ ଗହଳି ନକରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଭଳି ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି ।

ପ୍ରଶାସନ ପକ୍ଷରୁ ପ୍ରଥମେ ସଚେତନତା କରାଯିବା ସହ ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି । ଏହାସହ ବୁଷ୍ଟର ଡୋଜ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.