ETV Bharat / state

ବେକାରୀ ସମସ୍ୟା ନେଇ ଗର୍ଜିଲା ଯୁବ କଂଗ୍ରେସ

ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟରେ ବେରୋଜଗାରୀକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ । ସାମିଲ ହେଲେ ଏକାଧିକ କର୍ମୀ । ଅଧିକ ପଢନ୍ତୁ...

author img

By

Published : Aug 2, 2021, 2:39 PM IST

ବେକାରୀ ସମସ୍ୟା ନେଇ ଗର୍ଜିଲା ଯୁବ କଂଗ୍ରେସ
ବେକାରୀ ସମସ୍ୟା ନେଇ ଗର୍ଜିଲା ଯୁବ କଂଗ୍ରେସ

ବାଲେଶ୍ବର : ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟରେ ବେରୋଜଗାରୀକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ୨୧ ବର୍ଷର ବିଜେଡି ଶାସନ ପରେ ମଧ୍ୟ ରାଜ୍ୟର ଯୁବପିଢ଼ି ନିଯୁକ୍ତି ନ ପାଇ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟେକ ବର୍ଷ ପ୍ରକାଶ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢ଼ିବାର ସୁଯୋଗ ଦେବା ମଧ୍ୟ ସରକାରଙ୍କ ମୌଳିକ ଦାୟିତ୍ଵ ବୋଲି କଂଗ୍ରେସ କହିଛି ।

ବେକାରୀ ସମସ୍ୟା ନେଇ ଗର୍ଜିଲା ଯୁବ କଂଗ୍ରେସ

ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ଗୁଡ଼ିକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୂରଣ ହେବା କଥା । ମାତ୍ର ତାହା ଠିକ୍‌ ସମୟରେ ପୂରଣ ନ ହେବା କାରଣରୁ ବହୁ ଆଶାୟୀ ମେଧାବୀ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇ ଯାଉଥିବା କଂଗ୍ରେସ ଅଭିଯୋଗ ଆଣିଛି । ସେହିପରି ଚାକିରୀ ବୟସ ସୀମାକୁ ବୃଦ୍ଧି କରିବା ପାଇଁ ଦାବି କରିଛି ଦଳ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.