ବାଲେଶ୍ବର: ଲଗାତର ଭାବେ ତୈଳଦର ବୃଦ୍ଧିକୁ ନେଇ କଂଗ୍ରେସ ତାତିଛି। ବାଲେଶ୍ଵର କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ବହୁ ବରିଷ୍ଠ ନେତାମାନେ ଏକଜୁଟ ହୋଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିଥିଲେ।
ଦେଶରେ କରୋନା ମହାମାରୀ ବିଭୀଷିକା ବେଳେ ପ୍ରଧାନମନ୍ତ୍ରୀ ଲଗାତର ଭାବେ ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଥିଲା। ଏନେଇ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ