ବାଲେଶ୍ବର: ଜିଲ୍ଲାରେ ଜମୁଛି ନିର୍ବାଚନୀ ପ୍ରଚାର । ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ରାଜ୍ୟସ୍ତରୀୟ ନେତା ଓ ମନ୍ତ୍ରୀ । ସେହିପରି କଂଗ୍ରେସ ପ୍ରାର୍ଥୀନୀ ମମତା କୁଣ୍ଡୁଙ୍କ ପାଇଁ ଆଜି (ଗୁରୁବାର) ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଏ ଚେଲ୍ଲାକୁମାର ପ୍ରଚାର କରିଛନ୍ତି ।
ପ୍ରଚାର ପରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠି ବହୁସଂଖ୍ୟକ କର୍ମୀ ତଥା ଶ୍ରମିକ ନେତାମାନେ ଯୋଗ ଦେଇଥିଲେ । ପ୍ରାର୍ଥୀନୀ ମମତା କୁଣ୍ଡୁଙ୍କ ସପକ୍ଷରେ ନେତାମାନେ ଭୋଟ ପାଇଁ ପ୍ରଚାର କରି ଆଦାୟ କରିବାକୁ ଆହ୍ୱାନ ଦିଆଯାଇଛି ।
ସେହିଭଳି କଂଗ୍ରେସ ସମୟରେ ବାଲେଶ୍ୱରର ଅନେକ ବିକାଶ ହୋଇଛି । ଏମ୍ସ ଠାରୁ ଆରମ୍ଭ କରି ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ହେଲେ ବିଜେଡି ଓ ବିଜେପି ମିଛରେ ବାହାବାହା ନେଉଥିବା କଂଗ୍ରେସ ନେତା କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ