ETV Bharat / state

ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ - ବିଜୁଳି ଦର ବୃଦ୍ଧିକୁ ନେଇ ବିକ୍ଷୋଭ

ବାଲେଶ୍ବର ଜିଲ୍ଲାରେ ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ
ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ
author img

By

Published : Apr 5, 2021, 12:20 PM IST

ବାଲେଶ୍ବର: ଜିଲ୍ଲାରେ ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ କର୍ମୀମାନେ ଟାଟା ପାୱାର ଅଫିସ ସମ୍ମୁଖରେ ଆନ୍ଦୋଳନ କରି ବିଜୁଳି ଦର କମାଇବା ପାଇଁ ଦାବି କରିଛି ।

କୋରୋନା ସମୟରେ ତୈଳଦରଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶକୀୟ ସାମଗ୍ରୀ ଦରବୃଦ୍ଧି ହୋଇଥିବା ବେଳେ ପୁଣି ବିଜୁଳି ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଦାଉ ସାଧିଛି । ନେସ୍କୋଠାରୁ ବିଜୁଳି ପରିବଣ୍ଟନ ଦାୟିତ୍ୱ ଟାଟାକୁ ହସ୍ତାନ୍ତର କରିଥିବା ବେଳେ 30 ପଇସାରୁ 50 ପଇସା ୟୁନିଟ ପିଛା ଦରବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି।

ବିଜୁଳି ଦର ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ବିଜୁଳି ଦରବୃଦ୍ଧି ପ୍ରତ୍ୟାହାର ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ମଙ୍ଗଳବାର ଦରବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଅନ୍ୟପଟେ ରବିବାର ରାଜଧାନୀରେ କଂଗ୍ରେସ ଭବନ ସମ୍ମୁଖରେ କର୍ମୀମାନେ ଏହାକୁ ବିରୋଧ କରି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ । ସେମାନେ ସନ୍ଧ୍ୟା 6.30ରୁ 7 ଟା ପର୍ଯ୍ୟନ୍ତ ଅଧଘଣ୍ଟା ବିଜୁଳି ସରବରାହ ବନ୍ଦ କରି ବିଜୁଳି ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.