ETV Bharat / state

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ - ଗଣଦୁଷ୍କର୍ମ

ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

author img

By

Published : Apr 9, 2021, 9:59 AM IST

Updated : Apr 9, 2021, 10:38 AM IST

ବାଲେଶ୍ଵର: ଚାନ୍ଦିପୁର ନାଉପାଳଗଡି ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ମହିଳାଙ୍କୁ 5-6 ଜଣ ଦୁର୍ବୃତ୍ତ ତାଙ୍କ ଘରୁ ଟେକି ନେଇ ଏକ ପରିତ୍ୟକ୍ତ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମେରାଇନ ପୋଲିସ 2 ଜଣଙ୍କୁ ଅଟକ ରଖିଛି ।

ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ପରିତ୍ୟକ୍ତ ସ୍ଥାନରୁ ମହିଳା ମୁର୍ମୁଷ ଅବସ୍ଥାରେ ପଡିଥିବା ସକାଳେ ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ଆମ୍ବୁଲାନ୍ସକୁ ଡାକିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ନାଉପାଳଗଡିରେ କିଛିଦିନ ପୂର୍ବରୁ ଜଣେ ଟ୍ରଲର ମାଲିକଙ୍କୁ ହତ୍ୟା କରାଯାଇଥିବା ବେଳେ ଆଜି ପୁଣି ଏମିତି ଘଟଣା ସ୍ଥାନୀୟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 9, 2021, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.