ETV Bharat / state

ବୋଲେରୋକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର; 3 ବ୍ୟକ୍ତି, 30 ଗୋରୁ ମୃତ - 30 cow and 3 people dead

ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଏକ ଗୋରୁ ବୋଝେଇ କଣ୍ଟେନର ବୋଲେରୋକୁ ଧକ୍କା ଦେବା ଫଳରେ 30 ରୁ ଊର୍ଦ୍ଧ୍ଵ ଗୋରୁଙ୍କ ମୃତ୍ୟୁ ହେବା ସହ ଟ୍ରକରେ ଥିବା 3 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବୋଲେରୋକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର
ବୋଲେରୋକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର
author img

By

Published : Feb 18, 2021, 10:10 AM IST

Updated : Feb 18, 2021, 11:53 AM IST

ବାଲେଶ୍ବର: ଓଲଟିଲା ଗୋରୁ ବୋଝେଇ କଣ୍ଟେନର । ଘଟଣାସ୍ଥଳରେ 30 ଗୋରୁ ଓ 3 ବ୍ୟକ୍ତି ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଗାନ୍ଧିଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏଠାରେ ଏକ ଗୋରୁ ବୋଝେଇ କଣ୍ଟେନର ବୋଲେରୋକୁ ଧକ୍କା ଦେବା ଫଳରେ 30 ରୁ ଊର୍ଦ୍ଧ୍ଵ ଗୋରୁଙ୍କ ମୃତ୍ୟୁ ହେବା ସହ ଟ୍ରକରେ ଥିବା 3 ଜଣଙ୍କ ମୃତ୍ୟୁ ହୋଇଛି ।

ବୋଲେରୋକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର

ସୂଚନା ଅନୁସାରେ, ଭଦ୍ରକ ପଟୁ 100 ରୁ ଊର୍ଦ୍ଧ୍ଵ ଗୋରୁ ବୋଝେଇ କରି ଏକ କଣ୍ଟେନର ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଗାନ୍ଧିଛକ ନିକଟରେ ଏକ ବୋଲେରୋକୁ ଧକ୍କା ଦେଇ ରାସ୍ତାର 30 ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ କଣ୍ଟେନର ତଳେ ଗୋରୁ ସମେତ ଡ୍ରାଇଭର ଓ ହେଲ୍ପର ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନ୍ୟପଟେ ବୋଲେରୋରେ ଥିବା ଦୁଇଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ରାଜରାସ୍ତା କଡରେ ଅନେକ ଥାନା ଥିବା ବେଳେ ଏମିତି ବେଆଇନ ଗୋ ଚାଲାଣ ରୋକିବାରେ ପୋଲିସର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Feb 18, 2021, 11:53 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.