ବାଲେଶ୍ବର: ଜିଲ୍ଲାର ରେମୁଣାରେ ଥିବା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି ପାଠପଢ଼ା। କୋଭିଡ ନିୟମକୁ ଦୃଷ୍ଟିରେ ରଖି ପାଠ ପଢା ଆରମ୍ଭର ୭ ଦିନ ପୂର୍ବରୁ ସରକାରଙ୍କ ବିଜ୍ଞପ୍ତି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତି କରାଯାଇଥିଲା।
ପ୍ରଥମ ଓ ଦ୍ଵିତୀୟ ବର୍ଷର ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ସଂଗରୋଧରେ ରଖାଯାଇଥିଲା । ପରେ ସେମାନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା ସମସ୍ତଙ୍କ ନେଗେଟିଭ ଆସିବା ପରେ କଲେଜ ଆସିବା ପାଇଁ ଅନୁମତି ମିଳିଥିଲା ।
20 ଟି ଗ୍ରୁପରେ ଛାତ୍ରଛାତ୍ରୀଙ୍କୁ ବିଭାଜନ କରାଯାଇଛି । ଏଥିସହ ଦୁଇଟି ପର୍ଯ୍ୟାୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇ ପାଠ ପଢ଼ାଯାଉଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ