ETV Bharat / state

ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷ୍ୟରେ 220 କୋଟି ଋଣ, 1806 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ - ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସହରର ବିଭିନ୍ନ ଉନ୍ନୟନ ମୂଳକ ତଥା 1806 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ 374 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ଓ 1431 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ଅଧିକ ପଢନ୍ତୁ

chief minister Naveen pattanaik
chief minister Naveen pattanaik
author img

By

Published : Dec 22, 2022, 4:24 PM IST

Updated : Dec 22, 2022, 4:45 PM IST

cm in balesore

ବାଲେଶ୍ବର: ବାଲେଶ୍ବର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହରର ବିଭିନ୍ନ ଉନ୍ନୟନ ମୂଳକ ତଥା 1806 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ 374 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ଓ 1431 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହା ସହ ବହୁ ପ୍ରତୀକ୍ଷିତ ଶୋଭାରମପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ସାରା ରାଜ୍ୟରେ ଏହି ପୋଲ ଏକ ଅଦ୍ଵିତୀୟ ବୋଲି ଜଣାପଡିଛି। ଶୋଭାରାମପୁର ସ୍ଥିତ ରେଲୱେ ଓଭରବ୍ରିଜ୍‌ ହେଉଛି ‌ରାଜ୍ୟର ପ୍ରଥମ ରେଳ ଓଭରବ୍ରିଜ୍ ଯେଉଁଠି କେବଳ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ଅକ୍ଷୟ ଶକ୍ତିକୁ ବ୍ୟବହାର କରି ଏହି ସବୁ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିବା ବେଳେ ଏହାର ବିଶେଷତ୍ବ ହେଉଛି, ବ୍ରିଜ୍‌ରେ ଲୋକ ଥିଲେ ଲାଇଟ୍ ଜୋର୍‌ରେ ଜଳିବ, ଲୋକ ନଥିଲେ ଡିମ୍ ହୋଇଯିବ। କମ୍ ବିଦ୍ୟୁତ ଖର୍ଚ୍ଚରେ ଯେପରି ଅଧିକ ସମୟ ଷ୍ଟ୍ରିଟ୍ ଲାଇଟ୍ ଜଳିବ ତାହାକୁ ନଜରରେ ରଖି ପାନାସୋନିକ୍ କମ୍ପାନି ପକ୍ଷରୁ ଏହି ଅଧିକ କ୍ଷମତା ସମ୍ପନ୍ନ ଷ୍ଟ୍ରିଟଲାଇଟ୍ ପ୍ରସ୍ତୁତ କରାଯାଇଛି। ୪୭କୋଟିରେ ନିର୍ମାଣ ହୋଇଥିବା ଏହି ଓଭରବ୍ରିଜ୍‌ରେ ୭୬ଟି ୬୦ ୱାଟ୍‌ର ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲାଗିଛି।

ସେହିପରି ମୁଖ୍ୟମନ୍ତ୍ରୀ ଜିଲ୍ଲାର 5600 ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି। ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମଞ୍ଚ ଉପରକୁ ଡାକି ନିଜେ ମୁଖ୍ୟମନ୍ତ୍ରୀ ଋଣ ସହାୟତାର ଚେକ ପ୍ରଦାନ କରିଛନ୍ତି। ଏମିତି 220 କୋଟି ଟଙ୍କା 60 ହଜାର ମହିଳାଙ୍କ ବିକାଶ ଓ ସେମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ପ୍ରୟାସ କରାଯାଇଛି। ୱାନ ପଞ୍ଚାୟତ, ୱାନ ପ୍ରଡକ୍ଟ ଉପରେ ଗୁରୁତ୍ୱାରୋପ କରାଯାଇ ମହିଳାମାନଙ୍କୁ ସଶକ୍ତ କରାଯିବା ନେଇ ସୂଚନା ଦିଆଯାଇଛି। ଏଥିରେ ପ୍ରତି ପଞ୍ଚାୟତ ଯଦି ଗୋଟିଏ ଗୋଟିଏ ସ୍ବତନ୍ତ୍ର ଦ୍ରବ୍ୟ ଉତ୍ପାଦନ କରିପାରିବେ ତେବେ ଏଥିପାଇଁ ବଜାର ସୃଷ୍ଟି ହେବାରେ ସୁବିଧା ହେବା ସହିତ ପ୍ରତ୍ୟେକ ପଞ୍ଚାୟତର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ।

ଏହା ମଧ୍ୟ ପଢନ୍ତୁ - ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ଶୋଭାରାମପୁର ରେଳ ଓଭର ବ୍ରିଜର କଲେ ଉଦଘାଟନ

ଅନ୍ୟପଟେ ମହିଳାମାନେ ହାଣ୍ଡିଶାଳ ସମ୍ଭାଳିବା ସହ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ରଚିବା ନେଇ ମୁଖ୍ୟମନ୍ତ୍ରୀ ଆଶାବାଦୀ ଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ଆଗାମୀ ୫ ବର୍ଷରେ ମହିଳାମାନଙ୍କୁ ବିନା ସୁଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବା ନେଇ ସୂଚନା ଦିଆଯାଇଛି। ମେଡିକାଲ କଲେଜ ଠାରୁ ଆରମ୍ଭ କରି ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟ କଲ୍ୟାଣ କାର୍ଯ୍ୟକ୍ରମ ସବୁ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲାରେ ପଦକ୍ଷେପ ନିଆଯାଇଛି ଓ ଆଗାମୀ ଦିନରେ ନିଆଯିବ ବୋଲି କୁହାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଦ୍ବାରା ମହିଳାମାନଙ୍କୁ ନୂଆ ପରିଚୟ ମିଳିଥିବା ବେଳେ ସ୍ବାବଲମ୍ବୀ ହୋଇ ସେମାନେ ଛିଡା ହୋଇଛନ୍ତି । ମିଳିଥିବା ଚେକରେ ମହିଳାମାନେ ସେମାନଙ୍କ ବ୍ୟବସାୟକୁ ଆହୁରି ବୃଦ୍ଧି କରିବା ନେଇ ବେଶ ଆଶାବାଦୀ ଥିବା କହିଛନ୍ତି । ଏହି ଆର୍ଥିକ ସହାୟତା ଆଗାମୀ ଦିନରେ ମହିଳାମାନଙ୍କୁ ଉତ୍ସାହିତ କରିବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 22, 2022, 4:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.