ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ପରେ ଟାର୍ଗେଟ୍‌ କଲା ବିଜେପି - ବାଲେଶ୍ବର ନ୍ୟୁଜ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ଵର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଏନେଇ ବିଜେପିର ଜିଲ୍ଲା ସଭାପତି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପ୍ରକଳ୍ପ ଉପରେ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

bjp press meet
bjp press meet
author img

By

Published : Dec 22, 2022, 9:57 PM IST

ବିଜେପିର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ଵର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ସେଠାରୁ ଫେରିବା ପରେ ଏବେ ରାଜନୀତି ସରଗରମ ହୋଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନୁହେଁ ବରଂ ଦଳୀୟ କାର୍ଯ୍ୟକ୍ରମ ଥିଲା ବୋଲି ଜିଲ୍ଲା ବିଜେପି ଅଭିଯୋଗ କରିଛି । ଏନେଇ ବିଜେପିର ଜିଲ୍ଲା ସଭାପତି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ପ୍ରକଳ୍ପ ଉପରେ ପ୍ରଶ୍ନ କରିଛନ୍ତି ।

ତେବେ ପ୍ରଥମ କଥା ହେଲା, ମୁଖ୍ୟମନ୍ତ୍ରୀ ଶୋଭରାମପୁର LC 79 ଓଭର ବ୍ରିଜ ଉଦଘାଟନ କରି ବାଲେଶ୍ବରବାସୀଙ୍କ ପ୍ରଶଂସା ଓ ବିଶ୍ବାସ ଭାଜନ ହେବାର ପ୍ରୟାସ କରିଥିଲେ। ମାତ୍ର ସମ୍ପୃକ୍ତ ସଂସ୍ଥା ତରଫରୁ କୌଣସି ସେକ୍ୟୁରିଟି କ୍ଲିୟରାନ୍ସ (Security Clearance)ନଥିଲା । ଏଥିସହ ଉକ୍ତ ଓଭରବ୍ରିଜ ରେଳ ବିଭାଗର ଅଂଶ ହୋଇଥିଲେ ମଧ୍ୟ ରେଳ ବିଭାଗ ତରଫରୁ କୌଣସି ଅନୁମତି ନିଆ ଯାଇ ନଥିଲା । ଯାହା ଦ୍ବାରା ଏଥିରୁ ସ୍ପଷ୍ଟ ଯେ, ବାଲେଶ୍ବରବାସୀଙ୍କ ତୁଚ୍ଛା ପ୍ରସଂଶା ଓ ବିଶ୍ବାସ ଭାଜନ ହେବା ପାଇଁ ଜନସାଧାରଣଙ୍କ ଜୀବନର ସୁରକ୍ଷା ପ୍ରତି କୌଣସି ଭୃକ୍ଷେପ ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ସେହିପରି ଏଥିସହିତ ପୂର୍ବରୁ ଅନେକ ସ୍ଥାନରେ ବ୍ରିଜ ଭୁଶୁଡିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଏହି ପୋଲ ନିରାପତ୍ତା ପ୍ରମାଣ ପତ୍ର ପାଇବା ପୂର୍ବରୁ ଉଦଘାଟନ ଓ ଯାତାୟାତ କରାଯାଉ ଥିବାରୁ କୌଣସି ଦୁର୍ଘଟଣା ଘଟିଲେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ବିଜେପି କହିଛି । ଖାଲି ସେତିକି ନୁହେଁ, ଜିଲ୍ଲାର ବିଭିନ୍ନ ପ୍ରକଳ୍ପମାନ ଶିଳାନ୍ୟାସ ଓ ଉଦଘାଟନ କରାଯାଇଥିବା ବେଳେ ସେଥିରେ କେନ୍ଦ୍ର ସରକାରଙ୍କ ପ୍ରାୟ 60 ପ୍ରତିଶତ ଅଂଶ ଧନ ରହିଛି। ଯେମିତି କି NH 16ରୁ ପଶ୍ଚିମବଙ୍ଗ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଶତ ପ୍ରତିଶତ କେନ୍ଦ୍ର ସରକାରଙ୍କ ଅଂଶ ସମ୍ପତ୍ତି ରହିଛି ଏବଂ ବାଙ୍କତିରା ବ୍ୟାରେଜ ନିର୍ମାଣରେ କେନ୍ଦ୍ର ସରକାରଙ୍କ 60 ପ୍ରତିଶତ ଅଂଶ ସମ୍ପତ୍ତି ରହିଛି । ଏହାରି ଭିତରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନିମନ୍ତ୍ରଣ ନକରି ତାଙ୍କ ପ୍ରତି ଅସମ୍ମାନ କରାଯାଇଛି ବୋଲି ବିଜେପି କହିଛି । ରାଜ୍ୟରେ ଏକଚାଟିଆ ଶାସନ ବ୍ୟବସ୍ଥା ଚାଲିଥିବା ବିଜେପି କହିଥିବା ବେଳେ ଏ ଅପମାନ ବରଦାସ୍ତ କରାଯିବ ନାହିଁ ବୋଲି କୁହାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.