ବାଲେଶ୍ବର: ଜିଲ୍ଲା ମେଡିକାଲ ପରିଦର୍ଶନରେ କେନ୍ଦ୍ରାଞ୍ଚଳ ଆରଡିସି ଅନୀଲ ସାମଲ। ଆଜି ଶ୍ରୀ ସାମଲ ଜିଲ୍ଲାପାଳଙ୍କ ସହ ବାଲେଶ୍ଵର ମେଡିକାଲର ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିଛନ୍ତି।
ପରିଦର୍ଶନ ସମୟରେ ମେଡିକାଲରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ରୋଗୀମାନେ ଶ୍ରୀ ସାମଲଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାସହ ଆହାର କେନ୍ଦ୍ରରେ ଅନିୟମିତତା, ଅଲ୍ଟ୍ରାସାଉଣ୍ଡରେ ବିଳମ୍ବ, ଶଯ୍ୟା ସମସ୍ୟା ଆଦି ଆରଡିସି ଧ୍ୟାନ ଦେଇଥିବା କହିଛନ୍ତି।
ଶେଷରେ ଆରଡିସି ଓ ଜିଲ୍ଲାପାଳ କେ ସୁଦର୍ଶନ ଆହାର କେନ୍ଦ୍ରରେ ଲାଇନ ଦେଇ ଖାଇଥିଲେ। ଆହାରର ମାନ ଉତ୍ତମ ଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ