ETV Bharat / state

କଥା କହୁଛି ବରେନ୍ଦ୍ରଙ୍କ ହାତ ତିଆରି କାଠ ସାମଗ୍ରୀ; ରାଜ୍ୟ ବାହାରେ ପ୍ରଶଂସା ସାଉଁଟିଛି କାରିଗରୀ - ବରେନ୍ଦ୍ର ବେହେରା

ତାଙ୍କ ନିହାଣ ମୁନରେ ଅଦରକାରୀ କାଠ ସବୁ ଜୀବନ୍ତ ହୋଇ ଉଠନ୍ତି। ମହାରଣା ହୋଇ ନଥିଲେ ମଧ୍ୟ ସେ କାଠ କଣ୍ଢେଇ ଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଜିନିଷ ତିଆରି କରି ସାଉଁଟିଛନ୍ତି ପ୍ରଶଂସା । ତାଙ୍କ ହାତ ତିଆରି ଜିନିଷକୁ ଦେଖିଲେ ଲାଗେ ସତେ ଯେମିତି ସେମାନେ କଥା କହୁଛନ୍ତି । ଅଧିକ ପଢନ୍ତୁ...

କଥା କହୁଛି ବରେନ୍ଦ୍ରଙ୍କ ହାତ ତିଆରି କାଠ ସାମଗ୍ରୀ

author img

By

Published : May 23, 2021, 4:07 PM IST

ବାଲେଶ୍ବର: ସକାଳ ହେଲେ ଘରୁ ଶୁଭିଥାଏ ଠକ ଠକ ଶବ୍ଦ। ତାଙ୍କ ନିହାଣ ମୁନରେ ଅଦରକାରୀ କାଠ ସବୁ ଜୀବନ୍ତ ହୋଇ ଉଠନ୍ତି। ମହାରଣା ହୋଇ ନଥିଲେ ମଧ୍ୟ ସେ କାଠର କଣ୍ଢେଇଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ଜିନିଷ ତିଆରି କରି ସାଉଁଟିଛନ୍ତି ପ୍ରଶଂସା । ତାଙ୍କ ହାତ ତିଆରି ଜିନିଷକୁ ଦେଖିଲେ ଲାଗେ ସତେ ଯେମିତି ସେମାନେ କଥା କହୁଛନ୍ତି । ତାଙ୍କର ଏହି କଳାକୃତ୍ତି ଖାଲି ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ବେଶ ଆଦୃତ ହୋଇଛି । ଅଦରକାରୀ କାଠକୁ ନେଇ କଳ୍ପନାର ଦୂନିଆରେ ହଜିଯାଆନ୍ତି ସେ । ତାଙ୍କ ହାତ ତିଆରି ଜନିଷର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଏହି କାରିଗର ଜଣକ ହେଲେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ କାଣ୍ଡଗରଡି ପଞ୍ଚାୟତ ମୁକୁନ୍ଦପୁର ଗ୍ରାମର ବରେନ୍ଦ୍ର ବେହେରା ଯିଏକି ନିଜ କଳା ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ।

କଥା କହୁଛି ବରେନ୍ଦ୍ରଙ୍କ ହାତ ତିଆରି କାଠ ସାମଗ୍ରୀ

ମ୍ୟାଟ୍ରିକ ପାସ ହେବାପରେ ବରେନ୍ଦ୍ର 1988 ମସିହାରେ ପରିବାରର କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି । ସେତେବେଳେ କାଠରେ ଚୌକି, କବାଟ, ଝରକା ଆଦି ତିଆରି କରୁଥିବା ବରେନ୍ଦ୍ରଙ୍କ ମନରେ କିଛି ନୂଆ କରିବାର ଆଶା ସଂଚାର ହୋଇଥିଲା। ଏମିତି ଭାବନା ଭିତରେ ରହି ବରେନ୍ଦ୍ର କାଠରେ କଣ କଣ ସବୁ ତିଆରି କରିହେବ ସେନେଇ ବିଭିନ୍ନ ଗବେଷଣା ଆରମ୍ଭ କରିଥିଲେ। ଏହାରି ଭିତରେ ସେ 2000 ରୁ 2010 ଯାଏ ବିଶ୍ୱ ପ୍ରସିଦ୍ଧ ସ୍ୱାମୀ ନାରାୟଣ ମନ୍ଦିରରେ ମୁଖ୍ୟ କାରିଗର ଭାବେ କାର୍ଯ୍ୟ କରୁଥିଲେ। ସେଠାରୁ ଫେରି ସେ ଅଦରକାରୀ କାଠରେ କଣ୍ଢେଇ ତିଆରି କରିବାକୁ ମନସ୍ଥ କରିଥିଲେ। ଏହା ପରେ ବରେନ୍ଦ୍ରଙ୍କ ହାତ ତିଆରି କଣ୍ଢେଇ ବଜାରରେ ବେଶ ଚାହିଦା ବଢିଲା । ବାସ ସେହି ଦିନଠାରୁ ବରେନ୍ଦ୍ର ଆଉ ପଛକୁ ଫେରି ଚାହିଁ ନାହାନ୍ତି। କାଠରେ ବରେନ୍ଦ୍ର ଏବେ ହାତୀ, ଘୋଡା, ବାଘ, ହରିଣ, ମୟୁର, ଶୁଆଶାରୀ, ହେମଦସ୍ତା, ଢ଼ିଙ୍କି, କଲମ ଷ୍ଟାଣ୍ଡ, ଲାଣ୍ଟିନ, ବାସନ କୁସନ, ଖୁଶୁଣି, ଚାମଚ ଭଳି ଅନେକ ଜିନିଷ ତିଆରି କରୁଛନ୍ତି ।

ବରେନ୍ଦ୍ରଙ୍କ ଏ ନିଆରା କଳାକୃତି କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ତାଙ୍କର କାରୁକାର୍ଯ୍ୟ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଆଦି ସ୍ଥାନରେ ବିକ୍ରି ହେଉଛି। ଏଥିପାଇଁ ବରେନ୍ଦ୍ରଙ୍କୁ ଅନେକ ଜାତୀୟ ପୁରସ୍କାର ମଧ୍ୟ ମିଳିଛି। କାଠରେ ଏମିତି କାରୁକାର୍ଯ୍ୟରେ ବରେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ମଧ୍ୟ ସାହାଯ୍ୟ କରିଥାନ୍ତି। ନିଜ ଗାଁର ଯୁବକମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ବରେନ୍ଦ୍ର ଏକ ଟ୍ରେନିଂ ସେଣ୍ଟର ଖୋଲି ସେଠାରେ ବେକାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ଏହାସହ 15ରୁ ଉର୍ଦ୍ଧ୍ଵ ଲୋକଙ୍କୁ ନିଜ କାରୁକାର୍ଯ୍ୟରେ ନିୟୋଜିତ କରି ସେମାନଙ୍କୁ ରୋଜଗାରକ୍ଷମ କରାଇ ପାରିଛନ୍ତି। ଏବେ ଦୁଇ ତିନିବର୍ଷ ହେବ ସରକାରୀ ସ୍ତରରେ ବରେନ୍ଦ୍ରଙ୍କୁ ସହଯୋଗ ମିଳିଛି। ଏବେ ସେ ମେସିନ ଦ୍ୱାରା ଅନେକ କାମ କରୁଛନ୍ତି । କିଛି ଲୋକଙ୍କୁ ରୋଜଗାରକ୍ଷମ କରିବା ସହିତ ଓଡିଶାର କଳାକୁ ବଞ୍ଚାଇ ରଖିବାରେ ବରେନ୍ଦ୍ରଙ୍କର ଏହି ପ୍ରୟାସ ବାସ୍ତବରେ ବେଶ୍ ପ୍ରଶଂସନୀୟ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.