ETV Bharat / state

ବିପୁଳ ଗଞ୍ଜେଇ ଜବତ: ୩ ମହିଳା ସମେତ ୨ ଯୁବକ ଗିରଫ

author img

By

Published : Jun 9, 2022, 8:20 PM IST

ଗଞ୍ଜେଇ ବେପାରର ଏବେ ନୂଆ ଫର୍ମୁଲା ଆପଣେଇଛନ୍ତି ବେପାରୀ । ମହିଳାମାନଙ୍କୁ ନିୟୋଜିତ କରି ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଉଥିବାବେଳେ ମାଡି ବସିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ବିପୁଳ ଗଞ୍ଜେଇ ଜବତ, ତିନି ମହିଳା ଓ ଦୁଇ ଯୁବକ ଗିରଫ

ବାଲେଶ୍ବର : ଗଞ୍ଜେଇ ବେପାରର ଏବେ ନୂଆ ଫର୍ମୁଲା ଆପଣେଇଛନ୍ତି ବେପାରୀ । ମହିଳାମାନଙ୍କୁ ନିୟୋଜିତ କରି ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଉଥିବାବେଳେ ମାଡି ବସିଛି ଅବକାରୀ ବିଭାଗ । ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ୫୦ କେଜି ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରାଯାଇଛି ।

ଜିଲ୍ଲା ଅବକାରୀ ଏସପିଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ଟିମ ଓ ଜିଲ୍ଲା ଅବକାରୀ ବିଭାଗ ବସ୍ତା ଓ ସହରର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ ସହ ବେପାରୀଙ୍କୁ ଗିରଫ କରାଯାଇଛି । ସହରର ଜାନୁଗଞ୍ଜ ଗୋଲେଇ ନିକଟରୁ ବେପାରୀଙ୍କ ମୁଲଚାଲ ଚାଲିଥିବାବେଳେ ଜୟଦେବ ପ୍ରାମାଣିକ, ସଞ୍ଜୁ ନାୟକ ଓ ମିଣ୍ଟୁ ଶେଖଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ୨୯ କେଜି ଗଞ୍ଜେଇ ଜବତ କରାଯାଇଛି । ସେହିପରି ବସ୍ତା ଅମର୍ଦ୍ଦା ରୋଡ଼ ନିକଟରୁ ରାହିଲ ଦିଗଲ ଓ ସୁପ୍ରିୟା ଦିଗଲଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.