ବାଲେଶ୍ବର: ଭାରସାମ୍ୟ ହରାଇ ଧାନବିଲକୁ ଓଲଟିଲା ବସ । ବାଲେଶ୍ବର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ସେପଟେ ବସରେ ଥିବା ମୋଟ 20 ଯାତ୍ରୀଙ୍କ ମଧ୍ୟରୁ 5 ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସଟି କସାଫଳରୁ ବାଲେଶ୍ବର ଆସିବା ବାଟରେ ଡିଗିରିବାହୀ ଠାରେ ଘଟିଛି ଦୁର୍ଘଟଣା ।
ସୂଚନା ଅନୁଯାୟୀ ବସରେ ଜଣେ ଗର୍ଭବତୀ ମହିଳା ଥିଲେ । ବସ ଓଲଟିବା ପରେ ସେ ଆହତ ହୋଇଥିବା ଜଣାପଡିଛି । ସେପଟେ ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଭାରସାମ୍ୟ ହରାଇ ଓଲଟି ପଡିଥିବା ବସକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ