ବାଲେଶ୍ୱର: ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣମୀ । ହେଲେ ଏହି ଖୁସିର ମୁହୁର୍ତ୍ତ ପାଲଟି ଯାଇଛି ଦୁଃଖଦପୂର୍ଣ୍ଣ । ଜିଲ୍ଲାର ଖନ୍ତାପଡା ଥାନା ମଣ୍ଡ ଗାଁରେ ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।
ରାକ୍ଷୀ ବାନ୍ଧିବା ପାଇଁ ଭାସ୍କର ବେହେରାଙ୍କ ଝିଅ ଆଶା ସେହି ଗ୍ରାମର ନିରଞ୍ଜନ ଦଳେଇଙ୍କ ପୁଅ ସୁଶାନ୍ତଙ୍କ ଘରକୁ ଯାଇଥିଲେ। ରାକ୍ଷୀ ବାନ୍ଧି ସାରିବା ପରେ ଉଭୟ ଘର ବାରଣ୍ଡାରେ ଖାଉଥିବା ବେଳେ ବଜ୍ରପାତ ହୋଇଥିଲା। ଭାଇ ଭଉଣୀ ଉଭୟ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।
![ବାଲେଶ୍ବରରେ ବଜ୍ରାଘାତ ଘଟି ଭାଇ ଭଉଣୀ ମୃତ, 2 ଗୁରୁତର](https://etvbharatimages.akamaized.net/etvbharat/prod-images/od-bls-01-lighting-death-script-7205869_03082020174529_0308f_1596456929_912.jpg)
ସେମାନଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବଜ୍ରପାତ ଯୋଗୁଁ ବିଜୟ ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଙ୍ଗଲତା ଗୁରୁତର ଭାବେ ଆହତ ହୋଇ ଖନ୍ତାପଡା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ