ETV Bharat / state

ଆଗାମୀ ନିର୍ବାଚନ: ଯୁବ ନେତାଙ୍କ ଉପରେ ବିଜେପିର ଫୋକସ

ନିର୍ବାଚନ ଜିତିବାକୁ ବିଭିନ୍ନ ଦଳ ଅନେକ ରଣନୀତି ଆପଣାଉଥିବାବେଳେ ଯୁବ ସମାଜ ଉପରେ ଗୁରୁତ୍ବ ଦେଇଛି ବିଜେପି । ଏନେଇ ବିଜେପ ପକ୍ଷରୁ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

author img

By

Published : Mar 31, 2019, 8:20 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ବାଲେଶ୍ୱର: ଚଳିତ ନିର୍ବାଚନରେ ଯୁବ ସମାଜଙ୍କୁ ନେଇ ରାଜନୈତିକ ବୈତରଣୀ ପାରି ହେବାକୁ ଇଚ୍ଛା ରଖିଛି ବିଜେପି । ଏନେଇ ରେମୁଣା ନିର୍ବାଚନ ମଣ୍ଡଳୀରେ ରବିବାର ବିଜେପିର ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ସମସ୍ତ ଯୁବ ନେତା ଯୋଗ ଦେଇଥିଲେ । ରେମୁଣା ବିଜେପି କାର୍ଯ୍ୟାଳୟରେ ଏହି ସମାବେଶର ଆୟୋଜନ ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନାଯୋଗ୍ୟ, ପୂର୍ବରୁ ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଥିବା ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ପୁଣି ଥରେ ଦଳ ଟିକେଟ ଦେଇଛି । ଯାହାକୁ ନେଇ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଉ ଗୋବିନ୍ଦ ନିର୍ବାଚନ ଜିତିବାକୁ ଯୁବ ସମାଜଙ୍କୁ ଗୁରୁତ୍ବ ଦେଇଛନ୍ତି । ଏଥିସହ ସେ ପୁଣି ଥରେ ରେମୁଣା ବିଧାୟକ ଭାବେ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ନିର୍ବାଚନରେ ରେମୁଣା ପ୍ରାର୍ଥୀଙ୍କ ସମେତ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ଜିତାଇବା ପାଇଁ ସମାବେଶରେ ଆହ୍ବାନ ଦିଆଯାଇଥିଲା। ଯୁବକଙ୍କ ପାଇଁ ଦେଶରେ ପରିବର୍ତ୍ତନ ଆସିପାରିବ। ତେବେ ନିର୍ବାଚନରେ ବିଭିନ୍ନ ଦଳ ଅନେକ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେପି ଯୁବ ନେତାଙ୍କ ଉପରେ ଗୁରୁତ୍ବ ଦେଇଛି । ଆଜିର ଏହି ଯୁବ ସମାବେଶରେ ଅନ୍ୟ ଦଳର ବହୁ ଯୁବନେତା ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

gfWDFF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.