ବାଲେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିଜେପିର ଧାରଣା । ବାଲେଶ୍ବରରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ପରେ ଆଜି ସଦର ବ୍ଲକ ଆଗରେ ବିଜେପି ପକ୍ଷରୁ ପ୍ରତୀକ ଧାରଣା ଦିଆଯାଇଥିଲା ।
ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଅଯୋଗ୍ୟ ତଥା ଧନୀ ଶ୍ରେଣୀର ଲୋକମାନଙ୍କୁ ଆବାସ ଦିଆଯାଇଥିବା ବିଜେପି କହିଛି। ଏନେଇ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ