ETV Bharat / state

ବାଲେଶ୍ବରରେ ବେଆଇନ ବାଲି ଉତ୍ତୋଳନକୁ ବିରୋଧ

author img

By

Published : May 10, 2022, 5:21 PM IST

ବାଲେଶ୍ବରରେ ନଦୀରୁ ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ବାଲେଶ୍ବରରେ ବେଆଇନ ବାଲି ଉତ୍ତୋଳନକୁ ବିରୋଧ
ବାଲେଶ୍ବରରେ ବେଆଇନ ବାଲି ଉତ୍ତୋଳନକୁ ବିରୋଧ

ବାଲେଶ୍ବର: ନଦୀରୁ ବେଆଇନ ପାଣି ବାଲି ହରିଲୁଟ ଉପରେ ରୋକ ଲଗାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଭାରତୀୟ ଜନତା ପାର୍ଟି ଓ ନଦୀ ସୁରକ୍ଷା ସମିତି । ବାଲେଶ୍ଵର ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାର ଥିବା ବିଭିନ୍ନ ନଦୀର ଅବକ୍ଷୟକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏଥିପାଇଁ ଦାବିପତ୍ର ପ୍ରଦାନ କରିଛି।

ବାଲେଶ୍ବରରେ ବେଆଇନ ବାଲି ଉତ୍ତୋଳନକୁ ବିରୋଧ

ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ପାଇଁ ପଶୁପକ୍ଷୀ ପାଣି ପିଇବା ପାଇଁ ହଇରାଣ ହୋଇ ଜନବସତି ଆଡକୁ ଚାଲି ଆସୁଛନ୍ତି। ନଦୀରୁ ମାଛ ମାରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟଜୀବୀମାନେ ବେରୋଜଗାର ହୋଇଗଲେଣି । ଏଥିପାଇଁ ଜିଲ୍ଲାର ପ୍ରମୁଖ ନଦୀ ଗୁଡିକରୁ ହେଉଥିବା ବେଆଇନ ବାଲି ଉତ୍ତୋଳନ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.