ETV Bharat / state

ମଣ୍ଡି ଖୋଲୁନି ସମସ୍ୟା ଭୋଗୁଛି ଚାଷୀ, ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା - କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ

ମଣ୍ଡି ନ ଖୋଲିବା ନେଇ ତେଜିଲା ବିରୋଧ । ଯଥାଶୀଘ୍ର ମଣ୍ଡି ନ ଖୋଲିଲେ ଆସନ୍ତା 29 ତାରିଖରେ ରାଜ୍ୟସାରା ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି । ଅଧିକ ପଢନ୍ତୁ

ମଣ୍ଡି ଖୋଲୁନି ସମସ୍ୟା ଭୋଗୁଛି ଚାଷୀ,
ମଣ୍ଡି ଖୋଲୁନି ସମସ୍ୟା ଭୋଗୁଛି ଚାଷୀ,
author img

By ETV Bharat Odisha Team

Published : Nov 25, 2023, 3:35 PM IST

ମଣ୍ଡି ଖୋଲୁନି ସମସ୍ୟା ଭୋଗୁଛି ଚାଷୀ,

ବାଲେଶ୍ବର: ଘୋଷଣା ସମୟ ମଧ୍ୟରେ ମଣ୍ଡି ନ ଖୋଲାଯିବାକୁ ନେଇ ତେଜିଲା ବିରୋଧ । ବାଲେଶ୍ବରରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଯଥାଶୀଘ୍ର ମଣ୍ଡି ନ ଖୋଲିଲେ ଆସନ୍ତା 29 ତାରିଖରେ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସାରା ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।

'କୃଷକ ମାନଙ୍କ ସମସ୍ୟା ପ୍ରତି ଆଦୌ ଯତ୍ନବାନ ନୁହଁନ୍ତି ରାଜ୍ୟ ସରକାର । ବର୍ଷର ଅମଳ କରିଥିବା ଧାନ ବିକ୍ରି ପାଇଁ ରାଜ୍ୟ ସରକାର ମଣ୍ଡି ଖୋଲିବାରେ ବିଫଳ ହେଉଥିବାରୁ କୃଷକମାନଙ୍କ ସମସ୍ୟା ଦ୍ବିଗୁଣିତ ହେଉଛି । ଅମଳ ଧାନ ମଣ୍ଡି ଆଗରେ ଗଦା ମରା ହୋଇଥିବା ବେଳେ ସେସବୁ ବିକ୍ରି କରିବାର ଉପଯୁକ୍ତ ସୁଯୋଗ ପାଉନାହାନ୍ତି କୃଷକ ।' ଜିଲ୍ଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡି ନ ଖୋଲାଯିବାରୁ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ।

ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ କହିଛନ୍ତି,' ରାଜ୍ୟ ସରକାର ସେପ୍ଟେମ୍ବର 1 ତାରିଖ ଠାରୁ ମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାଏ ମଣ୍ଡି ଖୋଲିନାହିଁ । ଯେଉଁଥିପାଇଁ କୃଷକମାନେ ସେମାନଙ୍କ ଅମଳ ଧାନ ବାଧ୍ୟ ହୋଇ ଅତି କମ ମୂଲ୍ୟରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି ।' ରାଜ୍ୟ ସରକାରଙ୍କ କୃଷକ ମାନଙ୍କ ପ୍ରତି ଆନ୍ତରିକତା ନଥିବା କଥା କହିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।

ଏହାମଧ୍ୟ ପଢନ୍ତୁ..ଓଡିଶାର ଭାତ ହାଣ୍ଡିରେ କେବେ ଖୋଲିବ ଧାନ ମଣ୍ଡି ? ଚାଷୀଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ

ଏଥିସହ କୃଷକମାନଙ୍କ ବିଭିନ୍ନ ଦାବି ତଥା ସମସ୍ୟା କଥା ମଧ୍ୟ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ଅତି ଶୀଘ୍ର ରାଜ୍ୟର ସମସ୍ତ ଧାନମଣ୍ଡି ଖୋଲିବା, ଧାନମଣ୍ଡିରେ ସବୁଦିନ କୃଷକମାନଙ୍କ ଠାରୁ ଧାନ କିଣାଯାଉ, କୌଣସି ସୀମିତ ସମୟ ନରଖି କୃଷକ ମାନଙ୍କ ଧାନ କେମିତି ସୁରୁଖୁରୁରେ ବିକ୍ରୟ ହୋଇ ପାରିବ ସେଥିପ୍ରତି ଧ୍ୟାନ ଦିଆଯାଉ, ଧାନ କିଣା କାରବାରରେ କଟନି ଛଟନି ବନ୍ଦ କରି ଜଣେ କୃଷକର ଅମଳ ଧନର ଉପଯୁକ୍ତ ଦର ପ୍ରଦାନ କରାଯାଉ, ଧାନମଣ୍ଡିରେ ମିଲରମାନଙ୍କ ଦାଦାଗିରି ବନ୍ଦ କରିବା ସହିତ ମିଲରମାନଙ୍କ ପ୍ରବେଶ ବନ୍ଦ କରାଯାଉ, ଧାନ କିଣା କାରବାରରେ ଟୋକନ ବ୍ୟବସ୍ଥାକୁ ଉଛେଦ କରାଯିବା ଭଳି ବିଭିନ୍ନ ଦାବି କରିଛନ୍ତି ମହେଶ୍ୱର ସାହୁ ।

ସେ ଆଉ ମଧ୍ୟ କହିଛନ୍ତି, 'ଟୋକନ ବ୍ୟବସ୍ଥା ଦ୍ୱାରା ଅନେକ କୃଷକଙ୍କ ଧାନ ଅନୁସାରେ ଟାର୍ଗେଟ ତାଳମେଳ ରହୁନାହିଁ । ଜଣେ କୃଷକ ତାର ଧାନ ଠିକ ଭାବେ ବିକ୍ରୟ କରିବାର ସୁଯୋଗ ପାଉନାହିଁ ।" ତେବେ ଏହି ସମସ୍ତ ଦାବି ପୂରଣ ନ ହେଲେ ଓ ଖୁବ ଶୀଘ୍ର ମଣ୍ଡି ନ ଖୋଲିଲେ ଆସନ୍ତା 29 ତାରିଖରେ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସାରା ଆନ୍ଦୋଳନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.