ETV Bharat / state

ବାଲିଆପାଲରେ 12 ଘଣ୍ଟିଆ ବନ୍ଦ ଡାକରା

author img

By

Published : Aug 3, 2019, 11:26 AM IST

ବାଲେଶ୍ବର ବାଲିଆପାଳ ନାବାଳକ ମୃତ ଘଟଣାରେ 12 ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେପି । ସମସ୍ତ ଦୋକାନ ବଜାର ବନ୍ଦ ସାଙ୍ଗକୁ ଗାଡିଚଳା ଠପ ହୋଇପଡ଼ିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆଜି 12 ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦେଇଛି ବିଜେପି । ନାବାଳକ ମୃତ ଘଟଣାରେ ପୋଲିସର ଏକ ତରଫା ଓ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ନେଇ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇପଡ଼ିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ 5 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେମାନଙ୍କ ମଧ୍ୟରେ 20 ଜଣ ଅଧିକାରୀ ଓ ବସ୍ତା ଏସଡିପିଓ ମଧ୍ୟ ଘଟଣାର ସ୍ଥିତି ଉପରେ ନଜର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ ଜୁଲାଇ 26ରେ ବାଲିଆପାଳ ଇଡୋକ ଛକ ସ୍ଥିତ ରାଜଧାନୀ ଢାବାରୁ ନାବାଳକର ସନ୍ଦେହ ଜନକ ମୃତ ଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ପୋଲିସକୁ ମାଡ ମାରିଥିଲେ । ଏହା ପରେ ପୋଲିସକୁ ମାଡ ମାରିବା ଘଟଣାରେ 13 ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା । ତେବେ ନାବାଳକ ମୃତ ଘଟଣାରେ ତଦନ୍ତକୁ ଦୃଷ୍ଟି ନ ଦେଇ ପୋଲିସ ଏକତରଫା କାର୍ଯ୍ୟ କରୁଥିବାର ଅଭିଯୋଗ ଆଣିଛି ବିଜେପି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ପୋଲିସର ଏକ ତରଫା ଓ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି ପକ୍ଷରୁ 12 ଘଣ୍ଟିଆ ବାଲିଆପାଳ ବନ୍ଦ ଡାକରା ଦିଆଯାଇଛି।

ଗତ ଜୁଲାଇ 26 ତାରିଖ ବାଲିଆପାଳ ଇଡ୍କୋ ଛକ ସ୍ଥିତ ରାଜଧାନୀ ଢ଼ାବା ରୁ ନାବାଳକ ର ସନ୍ଧେହ ଜନକ ମୃତ୍ୟୁ ଘଟିଲା । ଘଟଣା ର ତଦନ୍ତ ପାଇଁ ଯାଇ ଥିବା ପୋଲିସ ଅଧିକାରୀ ଙ୍କୁ ଉତ୍ୟକ୍ତ ଲୋକେ ମାଡ଼ ମାରିଥିଲେ । ପୋଲିସ କୁ ମାଡ଼ ମାରିବା ଘଟଣା 13 ଜଣ ଗ୍ରାମବାସୀ ଙ୍କୁ ଗିରଫ କରିଥିଲା । ତେବେ ନାବାଳକ ମୃତ୍ୟୁ ଘଟଣା ର ତଦନ୍ତ କୁ ଦୃଷ୍ଟି ନଦେଇ ପୋଲିସ ଏକତରଫା ତଦନ୍ତ କରିବା ଅଭିଯୋଗ ରେ ଆଜି ବିଜେପି ପକ୍ଷରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ବନ୍ଦ ହୋଇଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ 5 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ 20 ଜଣ ଅଧିକାରୀ ଓ ବସ୍ତା SDPO ମଧ୍ୟ ଘଟଣାର ସ୍ଥିତି ଉପରେ ନଜର ରଖିଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.