ETV Bharat / state

ରେମୁଣା ବିଧାୟକଙ୍କ କୁଶପୁତ୍ତଳିକା ଦାହ - remuna MLA sundhunshu sekhar parida

ବାଲେଶ୍ବର ରେମୁଣା ବିଧାୟକଙ୍କ ନାଁରେ କୃଷି ଯନ୍ତ୍ରପାତି ସବସିଡି ହଡପ ଅଭିଯୋଗ । ବିଧାୟକଙ୍କ ସମେତ କୃଷିମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି । ଅଧିକ ପଢନ୍ତୁ...

ରେମୁଣା ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

author img

By

Published : Mar 19, 2021, 4:38 PM IST

ବାଲେଶ୍ବର: ଜିଲ୍ଲା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ କୃଷି ଯନ୍ତ୍ରପାତି ସବସିଡି ହଡପ ଅଭିଯୋଗ । ଏନେଇ ରେମୁଣଆ ବିଜେପି ପକ୍ଷରୁ ତୀବ୍ର ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଏହି ଅସନ୍ତୋଷର ବହ୍ନି ଶୁକ୍ରବାର ଦେଖିବାକୁ ମିଳିଛି । ରେମୁଣା ଗୋଲେଇ ଠାରେ ବିଜେପି ପକ୍ଷରୁ ସମ୍ପୃକ୍ତ ବିଧାୟକ ଓ କୃଷିମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ରେମୁଣା ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ସେହିପରି ବିଜେପିର ଏକ ପ୍ରତିନଧି ଦଳ ବାଲେଶ୍ବର ଭିଜିଲାନ୍ସ ଅଫିସରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି । ଗତ ଏକ ବର୍ଷ ଧରି ଭିଜିଲାନ୍ସ ଘଟଣାର ତଦନ୍ତରେ ଶିଥିଳତା ପ୍ରଦର୍ଶନ କରିଥିବା ଦଳ ଅଭିଯୋଗ କରିଛି । ତେବେ ଆସନ୍ତା 24 ତାରିଖ ମଧ୍ୟରେ ତଦନ୍ତ କାର୍ଯ୍ୟ ଆରମ୍ଭ ନହେଲେ 25 ତାରିଖରେ ବିଜେପି ଭିଜିଲାନ୍ସ ଅଫିସ ଘେରାଉ କରିବା ସହ ତାଲାବନ୍ଦ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଭିଜିଲାନ୍ସ ବିଭାଗ ବିଜେପିର ଦାବିପତ୍ର ଗ୍ରହଣ କରିବା ସହ ତଦନ୍ତରେ ସହଯୋଗ କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳକୁ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.