ETV Bharat / state

କଂଗ୍ରେସକୁ ନୁହେଁ, କେବଳ ବିଜେପିକୁ ଟାର୍ଗେଟ କଲେ ନବୀନ

ନିଜ ପ୍ରଚାରରେ କଂଗ୍ରେସ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସିଧାସଳଖ ଟାର୍ଗେଟ କରିଥିଲେ ବିଜେପିକୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 23, 2019, 9:52 PM IST

ବାଲେଶ୍ୱର: ଜିଲ୍ଲାର ସିମୁଳିଆ ନିର୍ବାଚନ ମଣ୍ଡଳୀର ପତିରାଜପୁର ମିଳନ ପଡ଼ିଆଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ନିର୍ବାଚନ ପ୍ରଚାର। ଶେଷ ପର୍ଯ୍ୟାୟରେ ନବୀନଙ୍କ ଏ ଥିଲା ବାଲେଶ୍ୱର ଜିଲ୍ଲାରେ ପ୍ରଥମ ତୋଫାନି ଗସ୍ତ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶେବର

ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସକାଳ ୧୦.୫୦ମି ସମୟରେ ହେଲିକ୍ୟାପ୍ଟର ଯୋଗେ ସଭାସ୍ଥଳରେ ପହଞ୍ଚିଥିଲେ । ନିଜ ପ୍ରଚାରରେ କଂଗ୍ରେସ ବିରୁଦ୍ଧରେ ପଦୁଟିଏ ବି କହିଲେ ନାହିଁ ବିଜେଡି ସୁପ୍ରିମୋ, ସିଧାସଳଖ ଟାର୍ଗେଟ କରିଥିଲେ ବିଜେପିକୁ । ସେ କହିଥିଲେ ଯେ ଫାଇଲିନ, ହୁଡ଼ହୁଡ଼ ଓ ତିତଲି ଭଳି ଦୁର୍ଦ୍ଦିନ ବେଳେ ଜଣେ ହେଲେ ବିଜେପି ନେତା ଆସିଲେ ନାହିଁ । ବର୍ତ୍ତମାନ ନିର୍ବାଚନ ସମୟରେ ବିଜେପି ନେତା ଭୋଟ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ।

ଓଡିଶା ଲୋକେ ବୋକା ନୁହଁନ୍ତି ଆଗାମୀ ନିର୍ବାଚନରେ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ନବୀନ । ବିଜେପିକୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି ଲୋକଙ୍କ ପାଇଁ କିଛି କରିନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ନିର୍ବାଚନୀ ସଭାରେ 30ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

gfdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.