ETV Bharat / state

ବାଲେଶ୍ବରରେ ବିଜେଡି ସଦସ୍ୟତା ଅଭିଯାନ ଆରମ୍ଭ - ଗୃହ ଓ ନଗର ଉନ୍ନୟନ ବିଭାଗ

ତୃଣମୂଳ ସ୍ତରରେ ଦଳକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ବ ଦେଇଛି ଶାସକ ବିଜେଡି। ଏହି କ୍ରମରେ ଆଜି ବାଲେଶ୍ବର ଠାରେ ଦଳ ପକ୍ଷରୁ ଦଳୀୟ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 3, 2019, 10:24 PM IST

ବାଲେଶ୍ବର: ତୃଣମୂଳସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ବ ଦେଇଛି ଶାସକ ବିଜେଡି। ଆଉ ଏହି କ୍ରମରେ ବାଲେଶ୍ବରରେ ଆୟୋଜିତ ହୋଇଯାଇଛି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଯେଉଁଥିରେ ଜିଲ୍ଲା ବିଜେଡ଼ି ପ୍ରଭାରୀ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ।

ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଜିଠାରୁ ଜିଲ୍ଲାରେ ବିଜେଡ଼ି ତାର ଦଳୀୟ ସଭ୍ୟ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଛି। ଜିଲ୍ଲାର ପ୍ରଥମ ଦଳୀୟ ସଭ୍ୟ ଭାବେ ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ସଦସ୍ୟତା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ବହୁ ନେତା ଏବଂ କର୍ମୀ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦଳୀୟ ସଙ୍ଗଠନ ସୁଦୃଢ କରିବା ପାଇଁ ପ୍ରତି ଏନଏସିର ପ୍ରତି ୱାର୍ଡରେ ୫ ଏବଂ ମୁନସିପାଲଟିରେ ୧୫ ଜଣ ସକ୍ରିୟ ସଦସ୍ୟ ରହିବେ। ସେମାନେ ୨୫ ଜଣଙ୍କୁ ଦଳରେ ସାମିଲ କରିବେ। ଜିଲ୍ଲାରେ ମୋଟ ୮ ଲକ୍ଷ ଲୋକଙ୍କୁ ସଦସ୍ୟତା ଅଭିଯାନ ମାଧ୍ୟମରେ ସାମିଲ କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବରରେ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ଯକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ବାଲେଶ୍ୱର ଜିଲ୍ଲା ବିଜେଡ଼ି ପ୍ରଭାରୀ ତଥା ମନ୍ତ୍ରୀ ପ୍ରତାପ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଙ୍କ ଅଧ୍ୟକ୍ଷତା କରିଥିଲେ। ଆଜିଠାରୁ ଜିଲ୍ଲାରେ ବିଜେଡ଼ି ତାର ଦଳୀୟ ସଦସ୍ୟ ସଂଗ୍ରହ କରିବା କାର୍ଯ୍ୟକ୍ରମକୁ ଆଗକୁ ବଢାଇବ ବୋଲି ଜଣାପଡିଛି। ଆଜି ଦଳରେ ଜିଲ୍ଲାର ପ୍ରଥମ ସଦସ୍ୟ ଭାବେ ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ସଦସ୍ୟତା ଗ୍ରହଣ କରିଥିଲେ। ତୃଣମୂଳ ସ୍ଥର ରେ ବିଜେଡ଼ି କୁ ସକ୍ରିୟ କରିବା ପାଇଁ ପ୍ରତି ଏନ୍ ଏ ସି ର ପ୍ରତି ୱାର୍ଡ ରେ ୫ ଜଣ ସକ୍ରିୟ ସଦସ୍ୟ ଓ ମୁନସିପାଲଟି ରେ ୧୫ ଜଣ ସକ୍ରିୟ ସଦସ୍ୟ ରହିବେ। ସେମାନେ ପ୍ରତ୍ୟେକ ୨୫ ଜଣ ଲେଖାଏ ସଦସ୍ୟ ଙ୍କୁ ଅନ୍ତର୍ଭୁକ୍ତ କରିବେ । ପାଖାପାଖି ଜିଲ୍ଲାରେ ୮ଲକ୍ଷ ଲୋକଙ୍କୁ ସଦସ୍ୟତା ଅଭିଯାନ ଜରିଆରେ ସାମିଲ୍ କରାଯିବ ବୋଲି ଜଣାପଡିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.