ETV Bharat / state

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପିଏମ ଆବାସ, ରାଜନୈତିକ ଉଦ୍ଦେଶ୍ୟ ରଖି ତାଲିକାରୁ ବାଦ ଅଭିଯୋଗ

author img

By ETV Bharat Odisha Team

Published : Sep 3, 2023, 7:52 AM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା। ଯୋଗ୍ୟ ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ବାଲେଶ୍ଵର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା । ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସରକାରୀ ସହାୟତା । ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ । ତେବେ ଏନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲାରୁ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସଦର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକା ପ୍ରକାଶ ପାଇଥିବା ବେଳେ ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ସଦର ବ୍ଲକ ଛାନୂଆ ପଞ୍ଚାୟତର ୱାର୍ଡ ନମ୍ବର 1, 2 ଓ 3 ରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ନାମ କାଟି ଦିଆଯାଇଛି । ଏଥିପାଇଁ ଶତାଧିକ ମହିଳା ଏବଂ ହିତାଧିକାରୀ ସେମାନଙ୍କ ହକ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଉଥରେ ଏହି ତାଲିକା ଉପରେ ବିଚାର କରିବାକୁ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ସେପଟେ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ଯୋଗ୍ୟ ବ୍ୟକ୍ତି ବିଶେଷ କରି ଘର ନଥିବା ଲୋକଙ୍କୁ ହିତାଧିକାରୀ ତାଲିକାରୁ ବାଦ ହିଆଯାଇଛି । ଏହାସହ ଥିଲାବାଲା ଓ ଘର ଥିବା ବ୍ୟକ୍ତିଙ୍କ ନାମ ରଖିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଯୋଗ୍ୟ ବ୍ୟକ୍ତି ଓ ଘର ନଥିବା ବ୍ୟକ୍ତି ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି । ସଦର ବ୍ଲକର 26ଟି ପଞ୍ଚାୟତରେ ପ୍ରାୟ 17 ହଜାରରୁ ଅଧିକ ଯୋଗ୍ୟ ହିତାଧିକାରୀ ଥିବା ବେଳେ ମାତ୍ର 9 ହଜାର ଲୋକଙ୍କୁ ଆବାସ ଗୃହ ଯୋଗାଇ ଦିଆଯାଇଛି । ଏହାସହ ଯେଉଁମାନଙ୍କୁ ଘର ଯୋଗାଇ ଦିଆଯାଉଛି ସେମାନଙ୍କ ନାମ ଦଳୀୟ ଭିତ୍ତିରେ ଚୟନ କରାଯାଇଥିବା ଅଭିଯୋଗ ହୋଇଛି । ଏମିତି କି ଅତି ଦୁଃଖକଷ୍ଟରେ ଭଙ୍ଗା ଘର ଜୀବନ ବିତାଉଥିବା ଲୋକମାନେ ମଧ୍ୟ ଏହି ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିନାହାନ୍ତି ।

ତେବେ ଏଥିପାଇଁ ଯୋଗ୍ୟ ହିତାଧିକାରୀମାନେ ସ୍ଥାନୀୟ ସରପଞ୍ଚମାନଙ୍କୁ ପଚାରିଲେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ମିଳୁନି । ଏମିତି କି କିଛି ଯୋଗ୍ୟ ହିତାଧିକାରୀମାନଙ୍କ ନାମ ଆବାସ ଯୋଜନା ତାଲିକାରେ ଅନ୍ତର୍ଭୁକ୍ତ ଥିବା ବେଳେ ସେମାନଙ୍କ ନାମ ପରବର୍ତ୍ତୀ ସମୟରେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଆବାସ ଯୋଜନାରେ ପ୍ରତିଟି ଗରିବ ଶ୍ରେଣୀୟ ଲୋକେ ସାମିଲ ହେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିବା ବେଳେ ବାସ୍ତବରେ ଏଥିରେ ଅନିୟମିତତା ଦେଖିବାକୁ ମିଳିଛି । ଏଥିପାଇଁ ତୁରନ୍ତ ଏଦିଗରେ ଯତ୍ନବାନ ହୋଇ ଯୋଗ୍ୟ ହିତାଧିକାରୀମାନଙ୍କ ନାମ ତଦନ୍ତ କରାଯାଇ ଅନ୍ତର୍ଭୁକ୍ତ କରାଇବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.