ବାଲେଶ୍ଵର: ଜିଲ୍ଲାର ନୀଳଗିରି ଅଞ୍ଚଳରେ ହୋଇଛି ଜଘନ୍ୟ ହତ୍ୟାକାଣ୍ଡ। ରାତି ଅଧରେ କିଛି ଦୁର୍ବୃର୍ତ୍ତ ଘରେ ପସି ଧାରୁଆ ଆସ୍ତ୍ରରେ ଜଣେ ଯୁବକଙ୍କ ଗଳା ଓ ଯୌନାଙ୍ଗ କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ନୀଳଗିରି ଥାନା ଅଧିନସ୍ଥ ଜାମୁଡିହା ପଞ୍ଚାୟତ କେସୁରା ଗ୍ରାମର ଜଣେ ଯୁବକକୁ ମରଣାନ୍ତଙ୍କ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ମୃତକ ଜଣଙ୍କ ବିଜୟ କୁମାର ସିଂହ। ସେ ନୀଳଗିରି ମଣିପୁରମ ଗୋଲ୍ଡ ଲୋନ୍ ବ୍ୟାଙ୍କରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କ ସ୍ତ୍ରୀ ବାପ ଘରକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି। ଘରେ କେହି ନଥିବା ସୁଯୋଗରେ ଦୁର୍ବୃତ୍ତ ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ