ETV Bharat / state

ପୁଣି ଭ୍ରଷ୍ଟାଚାର ବିରୋଧରେ ଲଢେଇ ଆରମ୍ଭ କଲେ ଉଜ୍ଜ୍ବଳ - ପୁଣି ଭ୍ରଷ୍ଟାଚାର ବିରୋଧରେ ଠିଆହେଲେ ଉଜ୍ଜ୍ବଳ

ପୁଣି ଥରେ ଚର୍ଚ୍ଚାରେ ଅବସରପ୍ରାପ୍ତ ଭିଜିଲାନ୍ସ କର୍ମଚାରୀ ଉଜ୍ଜ୍ବଳ କୁମାର ବ୍ରହ୍ମା । ରାଜ୍ୟ ଦୁର୍ନୀତି ମୁକ୍ତ ଆହ୍ବାନର ପ୍ରଚାର ପ୍ରସାର ନିମନ୍ତେ ନୂଆପନ୍ଥା ମାନ ଆପଣାଉଛନ୍ତି । ଅଧିକ ପଢ଼ନ୍ତୁ

ujjwal kumar stands for corruption free state in balasore
ପୁଣି ଭ୍ରଷ୍ଟାଚାର ବିରୋଧରେ ଠିଆହେଲେ ଉଜ୍ଜ୍ବଳ
author img

By

Published : Jan 28, 2022, 10:03 PM IST

ବାଲେଶ୍ବର: ପୁଣି ଥରେ ଚର୍ଚ୍ଚାରେ ଅବସରପ୍ରାପ୍ତ ଭିଜିଲାନ୍ସ କର୍ମଚାରୀ ଉଜ୍ଜ୍ବଳ କୁମାର ବ୍ରହ୍ମା । ରାଜ୍ୟ ଦୁର୍ନୀତି ମୁକ୍ତ ଆହ୍ବାନର ପ୍ରଚାର ପ୍ରସାର ନିମନ୍ତେ ନୂଆ ପନ୍ଥାମାନ ଆପଣାଉଛନ୍ତି । ଦୁର୍ନୀତିମୁକ୍ତ ସରକାରୀ କାର୍ଯ୍ୟାଳୟ ପାଇଁ 'ଭ୍ରଷ୍ଟାଚାର ଓ ସମାଧାନ' ଲକ୍ଷ୍ୟ ନେଇ ଏକ ଗାଡ଼ିରେ ବ୍ୟାନର ମାରି ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି ।

ରାଜ୍ୟରେ ସରକାରୀ ବ୍ୟବସ୍ଥାର ପରିବର୍ତ୍ତନ ଓ ଭ୍ରଷ୍ଟାଚାର ବିରୋଧରେ ନାରା ଦେଇଥାନ୍ତି ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ଜ୍ବଳ କୁମାର ବ୍ରହ୍ମା । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ଜୋତା ପଲିସ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିବା ଉଜ୍ଜ୍ବଳ ଜନସାଧାରଣଙ୍କୁ ଆହ୍ବାନ ଦେବାପାଇଁ ନୂଆ ପନ୍ଥା ଆପଣାଇଛନ୍ତି ।

ନିଜ ଗାଡ଼ିରେ ବୁଲି ବୁଲି ବିଭିନ୍ନ ଶିକ୍ଷାନୁଷ୍ଠାନ, ବଜାର, ସରକାରୀ ଅଫିସ ଯାତ୍ରା କରି ଜନଜାଗରଣ ସୃଷ୍ଟି କରୁଛନ୍ତି। ଭ୍ରଷ୍ଟାଚାର ଓ ସମାଧାନ ପାଇଁ ସ୍ବଚ୍ଛା ସେବକ ପଞ୍ଜିକରଣ କରନ୍ତୁ ଏବଂ କରାନ୍ତୁ ବୋଲି ଲୋକଙ୍କୁ ବୁଝାଉଛନ୍ତି। ଏହି ଅଭିଯାନରେ ସଭିଙ୍କୁ ସାମିଲ ହେବା ପାଇଁ ସେ ନିବେଦନ ମଧ୍ୟ କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.