ETV Bharat / state

କାଳରାତ୍ରିର କଳା କାହାଣୀ, ମୃତ୍ୟୁକୁ ନେଇ ଆସିଥିଲା ଲୌହ ଦାନବ - ଟ୍ରେନ ଦୁର୍ଘଟଣା

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ବିଶ୍ବକୁ ସ୍ତବ୍ଧ କରି ଦେଇଛି । ଦୁର୍ଘଟଣାରେ ଏଯାବତ 288ଜଣଙ୍କ ଜୀବନ ଦୀପ ଲିଭିଯାଇଛି । ଏବେ ବି 900ରୁ ଅଧିକ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

Balasore Train Accident
ବାହାନଗା ଟ୍ରେନ ଦୁର୍ଘଟଣା
author img

By

Published : Jun 3, 2023, 5:32 PM IST

Updated : Jun 4, 2023, 4:04 PM IST

କାଳରାତ୍ରିର କଳା କାହାଣୀ

ବାଲେଶ୍ବର: କାଳ ରାତି ଅଶୁଭ ଶୁକ୍ରବାର.... କାଳରାତିର କାହାଣୀ ବୟାନ କରିବାକୁ ଶଦ୍ଦ ନାହିଁ । ଟ୍ରେନ ବଗି ଗୁଣ୍ଡ ଟ୍ରାକ ଛିନ ଛତର ଆଉ ବିଛାଡି ହୋଇ ପଡିଥିଲା ମୃତଦେହ । ଏ କାଳ ରାତିର କାହାଣୀ ହେଉଛି ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଛାତିଥରା ହୃଦୟବିଦାରକ ଟ୍ରେନ ଦୁର୍ଘଟଣାର କାହାଣୀ । କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର-ହାୱଡା ଓ ଏକ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ରିପୋର୍ଟ ଲେଖା ହେବା ସୁଦ୍ଧା 288ଜଣଙ୍କର ମୃତ୍ୟୁ ହୋଇଛି । 900ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସମୟ ଯେତିକି ଗଡୁଛି ମୃତ୍ୟୁସଂଖ୍ୟା ସେତିକି ବଢୁଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଅଞ୍ଚଳ । ଆତ୍ମୀୟଙ୍କୁ ହରାଇ ହତବାକ ପରିବାର । ଆଉ କିଏ ଏବେ ବି ପରିବାରକୁ ଫେରିବା ଆଶାରେ ରହିଛନ୍ତି । କୁଢ କୁଢ ମୃତଦେହ ଭିତରୁ ଆତ୍ମୀୟଙ୍କୁ ଖୋଜୁଛନ୍ତି ପରିବାର । ହସ୍ପିଟାଲରୁ ହସ୍ପିଟାଲକୁ ବୁଲି ଘର ଲୋକଙ୍କୁ ଖୋଜୁଛନ୍ତି ଆତ୍ମୀୟ । ଦୀର୍ଘ 18 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଉଦ୍ଧାରକାର୍ଯ୍ୟ ଶେଷ ହୋଇଛି । ଦୁର୍ଘଟଣା ମନୁଷ୍ୟକୃତ୍ୟ ନା ଯାନ୍ତ୍ରିକ ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଛୁଟିଥିଲା ନେତାମନ୍ତ୍ରୀଙ୍କ ସୁଅ: ଦୁର୍ଘଟଣା ହେବା କ୍ଷଣି ଘଟଣାସ୍ଥଳକୁ ବିପର୍ଯ୍ୟୟ ମନ୍ତ୍ରୀ ଓ ଏସଆରସି ଘଟଣାସ୍ଥଳକୁ ଯାଇଥିଲେ । ରାତି ପାହୁ ପାହୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହ ଡାକ୍ତରଖାନାକୁ ଯାଇ ଆହତଙ୍କୁ ଭେଟିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଦେଖିବା ସହ ଆହତଙ୍କୁ ଭେଟିଥିଲେ । ରାଜ୍ୟପାଳ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା ଗସ୍ତ କରି ଆହତଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାହାନଗା ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ ।

TPNODLକର୍ମଚାରୀଙ୍କ ମୃତ୍ୟୁ: ଶୁକ୍ରବାର ବାଲେଶ୍ୱରରୁ ନିଜର କାର୍ଯ୍ୟ ସମ୍ପାଦନ କରି ଘରକୁ ଫେରିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିଲେ tpnodlର ଡିଜିଏମ ନାରାୟଣ ଚନ୍ଦ୍ର ଦାଶ । ସେ କଣ ଜାଣିଥିଲେ ଯେଉଁ ଟ୍ରେନକୁ ସେ ଅପେକ୍ଷା କରିଥିଲେ ସେହି ଟ୍ରେନ ତାଙ୍କ ମୃତ୍ୟୁକୁ ଅପେକ୍ଷା କରିଛି ବୋଲି । ଏହି ଦୁର୍ଘଟଣାରେ ନାରାୟଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଏକ ଗୋଡ଼ କଟି ଯାଇଥିବା ଜଣାପଡିଛି । ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପ୍ରଥମେ ପହଞ୍ଚିଥିଲେ ଅନେକ ସାମାଜିକ ଅନୁଷ୍ଠାନ ଓ ସ୍ଥାନୀୟ ଲୋକେ ବି ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ । କେମିତି ଯାତ୍ରୀ ମାନଙ୍କୁ ଟ୍ରେନରୁ ଉଦ୍ଧାର କରି ହେବ ସେନେଇ ସମସ୍ତେ ପ୍ରୟାସ କରିଥିଲେ ।

ଏହାରି ଭିତରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ସ୍ଥାନୀୟ ଲୋକେ ସିଡ଼ି ପକାଇ ଲୋକମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ମୁହଁରେ ପାଣି ଦେଇଥିଲେ । ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁର୍ଘଟଣାର ଶିକାର ହୋଇଥିବା ଲୋକମାନଙ୍କ ପାଇଁ କିଏ ପାଣି ବୋତଲ ଆଣି ଦେଉଥିଲା ତ ପୁଣି କିଏ ବିସ୍କୁଟ । କୁଢ଼କୁଢ ମୃତଦେହ । ଲୌହ ଦାନବର ଏମିତି କରାଳ ରୂପ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛନ୍ତି । ଟ୍ରେନ ଦୁର୍ଘଟଣା ପ୍ରଚଣ୍ଡ ଶବ୍ଦରେ ପୁରା ଅଞ୍ଚଳ କମ୍ପି ଉଠିଥିଲା । ଟ୍ରେନରେ ବସିଥିବା ଯାତ୍ରୀମାନେ ଯିଏ ଯୁଆଡେ ଛିଟିକି ପଡିଥିଲେତ ପୁଣି କିଏ ଟ୍ରେନ ତଳେ ଚାପି ହୋଇ ରହିଗଲେ । ସ୍ଥିତି ଏପରି ଥିଲା ଯେ ମୃତଦେହ ଖୋଜିବାକୁ ସନ୍ଧାନୀ କୁକୁର ନିୟୋଜିତ ହୋଇଥିଲେ ।

ଉଦ୍ଧାର କାର୍ଯ୍ୟରେ 9 NDRF: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ପ୍ରାୟ 18 ଘଣ୍ଟାରୁ ଅଧିକ ସମୟ ଉଦ୍ଧାରକାର୍ଯ୍ୟ ଜାରି ହୋଇଥିଲା । ଯେଉଁଆଡେ ଚାହିଁଲେ ଖାଲି ମୃତଦେହ । ଦୀର୍ଘ 18 ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏଥିରେ 9ଟି ଏନଡିଆରଏଫ ଟିମ ଓଡିଶାରୁ 7 ଓ ପଶ୍ଚିମବଙ୍ଗରୁ 2ଟି ଟିମ ସାମିଲ ହୋଇଥିଲେ । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି NDRF IG ନରେନ୍ଦ୍ର ସିଂହ ବୁନ୍ଦେଲ ।

ଜମିଲା ଦେଖଣାହାରିଙ୍କ ଭିଡ: ଏମିତି ଏକ ଦୁର୍ଘଟଣା କେବେ କେହି ଦେଖିନଥିଲେ । ଦୁର୍ଘଟଣାର କରାଳ ରୂପ ଦେଖିବାକୁ ସକାଳ ହେଉ ହେଉ ଦେଖଣାହାରିଙ୍କ ଭିଡ ଲାଗିଥିଲା । ଘଟଣାସ୍ଥଳରେ ଲୋକମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭିଡ଼ କମାଇବାକୁ ନେଇ ପୋଲିସ ପ୍ରଶାସନ ନାକେଦମ ହୋଇଥିଲେ । ଏହାରି ଭିତରେ ଜାତୀୟ ରାଜପଥରୁ ଦୁର୍ଘଟଣାସ୍ଥଳକୁ ଯିବାପାଇଁ ଏକ ରାସ୍ତା ଥିବା ବେଳେ ତାହା ପାଦଚଲା ଲୋକଙ୍କ ଜାମ ହୋଇଥିଲା । ଏମିତିକି ଜାତୀୟ ରାଜପଥର ଗୋଟିଏ କଡ଼ରେ ପ୍ରବଳ ଜାମ ଲାଗିଥିଲା । ପ୍ରାୟ ଦୁଇ କିଲୋମିଟର ଧରି ଶହ ଶହ ଟ୍ରକ ଲାଇନ ଲଗାଇ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା ।

ବାଲେଶ୍ବର ବାହାନାଗା ଟ୍ରେନ ଦୁର୍ଘଟଣା 288 ଜୀବନ ତ ନେଇଗଲା । ଲୌହ ଦାନବ 288 ଲୋକଙ୍କ ରକ୍ତରେ ଯେପରି ଭୋଜି କରିଛି । ହେଲେ କଥାରେ ଅଛି ନା ରଖେ ହରି ତ ମାରେ କିଏ । ଭୟଙ୍କର ଦୁର୍ଘଟଣାରୁ ଯିଏ ବଞ୍ଚିଯାଇଛି ସେ ଭଗବାନ ଓ ଭାଗ୍ୟକୁ ଧନ୍ୟବାଦ ଦେଇଛନ୍ତି । ଏପରି ଦୁର୍ଘଟଣା ଆଉ କେବେ ନ ହେଉ ଏତିକି ଆଶା ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 4, 2023, 4:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.