ETV Bharat / state

ଉଦ୍ୟମୀ ରଘୁନାଥ; ଦିନେ କରୋନା ବଦଳାଇଥିଲା ବୃତ୍ତି, ଏବେ ଚାଷ ଦେଉଛି ଆନନ୍ଦ - ଜୀବନ ବୀମା ନିଗମ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଯଇପୁର ଗ୍ରାମର ରଘୁନାଥ କର ଜଣେ ସଫଳ ଚାଷୀ ଭାବେ ପରିଚିତ । ଯିଏ ପଞ୍ଚାୟତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ

successful farmer Raghunath Kar
successful farmer Raghunath Kar
author img

By

Published : Feb 22, 2023, 10:02 PM IST

successful farmer Raghunath Kar

ବାଲେଶ୍ବର: ଜଣେ ପରିଶ୍ରମୀ ଓ ଉଦ୍ୟମୀ ଛାତ୍ର ଭାବେ ଛାତ୍ର ଜୀବନରେ ସାଉଁଟୁଥିଲେ ଅନେକ ପ୍ରଶଂସା। ପାଠ ପଢା ବୟସରେ ସେ ସ୍କୁଲ ପରିସରରେ ଗଛ ଲଗାଇବା, ଫୁଲ ଗଛ ଲଗାଇ ସେ ସବୁର ଯତ୍ନ ନେବା ଦେଖି ଶିକ୍ଷକମାନେ ମଧ୍ୟ ତାଙ୍କୁ ବେଶ ପ୍ରଶଂସା କରୁଥିଲେ। ସମୟ ପରିବର୍ତ୍ତନ ହେଲା, ବୟସ ମଧ୍ୟ ବଢ଼ିଲା। ମାତ୍ର ତାଙ୍କ ଭିତରେ ଥିବା ଏହିସବୁ ଉଦ୍ୟମ ଆଜି ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ପରିବାର ଚଳାଇବା ପାଇଁ ଜୀବନ ବୀମା ନିଗମରେ ଜଣେ ଏଜେଣ୍ଟ ଭାବେ କାର୍ଯ୍ୟ କରି ସେ ବସ ଓ ଟ୍ରକ କିଣି ବେପାର ବଣିଜ ଆରମ୍ଭ କରିଥିଲେ ।

ମାତ୍ର ଏହାରି ଭିତରେ କରୋନାରେ ଲକଡାଉନ ତାଙ୍କ ଜୀବନରେ ପୁଣି ଏକ ପରିବର୍ତ୍ତନ ଆଣିଥିଲା । କରୋନା ହିଁ ତାଙ୍କ ବୃତ୍ତି ବଦଳାଇବାକୁ ବାଧ୍ୟ କରିଥିଲା। ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଯଇପୁର ଗ୍ରାମର ରଘୁନାଥ କର। ଯିଏ ନିଜ ପିଲା ଦିନର କଥା ପୁଣିଥରେ କାର୍ଯ୍ୟରେ ଲଗାଇ ଏବେ ସେ ପୁରା ପଞ୍ଚାୟତରେ ଜଣେ ଜଣାଶୁଣା ପରିବା ଚାଷୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ରଘୁନାଥ କର ଉକ୍ତ ଅଞ୍ଚଳରେ ରଘୁଆ ନନା ଭାବେ ବେଶ ପରିଚିତ। ଜଣେ ଭଲ ବ୍ୟବସାୟୀ ଭାବେ ତାଙ୍କୁ ଆଖପାଖ ଅଞ୍ଚଳରେ ପ୍ରାୟ ସମସ୍ତେ ଜାଣନ୍ତି। ବେଶ ସାଧାରଣ ବେଶଭୁଷାରେ ରଘୁନାଥ ସବୁବେଳେ ଜୀବନ ଅତିବାହିତ କରନ୍ତି। ଏହାରି ଭିତରେ ସେ ଜୀବନ ବୀମା ନିଗମରେ କାର୍ଯ୍ୟ କରି ସଫଳତାର ଶୀର୍ଷରେ ପହଞ୍ଚିଥିଲେ। ନିଜ ପରିଶ୍ରମ ଓ କାର୍ଯ୍ୟଦକ୍ଷତା ଯୋଗୁଁ ସେ ୪ଟି ବସ୍ ଓ ୪ଟି ଟ୍ରକ୍‌ ମାଲିକ ଥିଲେ। ସବୁକିଛି ଠିକ ଚାଲିଥିବା ବେଳେ ହଠାତ କରୋନା ମହାମାରୀ ପାଇଁ ଦେଶ ସାରା ଲକଡାଉନ ହୋଇଥିଲା। ଏଥିପାଇଁ ରଘୁନାଥଙ୍କ ଗାଡ଼ି ବେପାର ସମ୍ପୂର୍ଣ୍ଣ ଠପ ହୋଇଯିବା ସହ ଜୀବନ ବୀମା କାର୍ଯ୍ୟରେ ମଧ୍ୟ ବାଧା ଉପୁଜିଥିଲା ।

ତେବେ ଏହାକୁ ନେଇ ସେ ବେଶ ଚିନ୍ତିତ ଥିବା ବେଳେ ଅନାବନା ହୋଇ ପଡ଼ିଥିବା ତାଙ୍କର କିଛି ବିଲକୁ କାମରେ ଲଗାଇବା ପାଇଁ ମନସ୍ଥ କରି ରଘୁନାଥ 2019 ମସିହାରେ ତାକୁ ବ୍ୟବହାର କରିବା ପାଇଁ ଚିନ୍ତା କରିଥିଲେ। ଏଥିପାଇଁ ଏକ ଗଢିଆ ଖୋଳାଇ ପ୍ରଥମେ ସେଥିରେ ମାଛ ଚାଷ କରିବା ସହ ପରିବା ଚାଷ ଆରମ୍ଭ କରିଥିଲେ। ସମୁଦାୟ 5 ଏକର ଜମିରେ ରଘୁନାଥ ମାଛ ଚାଷ ସମେତ ବିଭିନ୍ନ ପ୍ରକାର ଗଛ ଲଗାଇଥିବା ବେଳେ ଅଢେଇ ଏକର ଜମିରେ ଗତ 4ବର୍ଷ ହେଲା ପରିବା ଚାଷ କରି ଆସୁଛନ୍ତି। ଏଥର 58 ପ୍ରକାର ପରିବା ଚାଷ କରିଥିବା ବେଳେ ନୂଆ କରି ବ୍ରୋକଲି ଚାଷ ମଧ୍ୟ କରିଛନ୍ତି। ତାଙ୍କ କ୍ଷେତରେ ଫଳୁଥିବା ମିଠା ମକା ଏବେ ଉକ୍ତ ଅଞ୍ଚଳରେ ବେଶ ଡିମାଣ୍ଡରେ ରହିଛି।

ଏମିତି କି ପ୍ରାୟ 15 ପ୍ରକାର ଫୁଲ ଚାଷ କରିଛନ୍ତି ରଘୁନାଥ। ପରିବା କ୍ଷେତରୁ ଯାହା ପରିବା ବାହାରେ ରଘୁନାଥ କୌଣସି ବେପାରୀଙ୍କୁ ବିକ୍ରି କରନ୍ତି ନାହିଁ। ବରଂ ବୁଢ଼ାଗଡ଼ିଆ ବଜାରରେ ଥିବା ତାଙ୍କର ଏକ ଭେରାଇଟି ଷ୍ଟୋର ଆଗରେ ପରିବା ମେଲାଇ ଲୋକମାନଙ୍କୁ ବିକ୍ରି କରିଥାନ୍ତି। ଏଥିସହ ଗରିବ ଗୁରୁବା ଲୋକଙ୍କୁ ମଧ୍ୟ ମାଗଣାରେ ପରିବା ରଘୁନାଥ ଦେଇଥାନ୍ତି। ଭୋର 4 ଟା ବେଳୁ ରଘୁନାଥ ପରିବା କ୍ଷେତରେ ପହଞ୍ଚି ଯାଆନ୍ତି। ସତେ ଯେମିତି ତାଜାତାଜା ପରିବା ସହ ଅନେକ ସମୟ ସେ ଗୁଣୁଗୁଣୁ ହୋଇ ସୁଖଦୁଃଖ ହୋଇଥାନ୍ତି। ବର୍ତ୍ତମାନ ରଘୁନାଥଙ୍କ କ୍ଷେତରେ 30 କେଜି ଓଜନର ବୋଇତାଳୁ ଫଳିବା ସହ ଗୋଟିଏ ବନ୍ଧା କୋବି ଗଛରୁ 7 ରୁ 8 ଟି ବନ୍ଧା କୋବି ବାହାରୁଛି। ନିଜ ପରିବା କ୍ଷେତରେ ରଘୁନାଥ କେବେ କୌଣସି ରାସାୟନିକ ସାର ପ୍ରୟୋଗ କରି ନ ଥିବା ବେଳେ ପୁରା ପରିବା କ୍ଷେତରେ ଜୈବିକ ସାର ବ୍ୟବହାର କରି ସେ ସୁନା ଫଳାଇଛନ୍ତି।

ତେବେ ରଘୁନାଥ ଅଢେଇ ଏକର ଜମିରେ ୫୮ ପ୍ରକାରର ପରିବାର ଚାଷ କରିଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ପ୍ରକାରର ଫୁଲ ଚାଷ ମଧ୍ୟ କରିଛନ୍ତି। ପରିବା ଚାଷ ଭିତରେ ଟମାଟୋ ଠାରୁ ଆରମ୍ଭ କରି ମକା ପର୍ଯ୍ୟନ୍ତ ଅଛି। ଏମିତିକି 4 ପ୍ରକାରର ଶାଗ ଚାଷ ମଧ୍ୟ କରିଛନ୍ତି। ଏସବୁ ଭିତରେ ରଘୁନାଥ କୌଣସି ମଜୁରିଆଙ୍କୁ ଲୋଡନ୍ତି ନାହିଁ। କାରଣ ସେ ସମ୍ପୂର୍ଣ୍ଣ ଭାବେ ନିଜେ ଓ ତାଙ୍କ ସ୍ତ୍ରୀଙ୍କ ସହ ସେ ପରିବା କ୍ଷେତରେ ଲାଗି ପଡ଼ିଥାନ୍ତି। ରଘୁନାଥଙ୍କ ଏମିତି ଉଦ୍ୟମ ଓ ଅକ୍ଲାନ୍ତ ପରିଶ୍ରମ ଆଜି ତାଙ୍କୁ ପୁରା ପଞ୍ଚାୟତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରିଛି।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.