ETV Bharat / state

ଖେଲୋ ଇଣ୍ଡିଆ ପ୍ରତିଯୋଗିତା: ରନର୍ସ ଅପ୍ ଛାତ୍ରଛାତ୍ରୀଙ୍କୁ ବାଲେଶ୍ଵର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ - ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତା

ହରିୟାଣାର ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ବାଲେଶ୍ଵର ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ । ସମସ୍ତ ୫ ପ୍ରତିଯୋଗୀ ଓଡ଼ିଶା ଖୋ ଖୋ ଦଳ ପାଇଁ ପ୍ରତିନିଧିତ୍ବ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ବାଲେଶ୍ଵର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ

author img

By

Published : Jun 21, 2022, 9:18 PM IST

ବାଲେଶ୍ଵର: ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରି ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ବାଲେଶ୍ଵର ଜିଲ୍ଲାର ୫ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା । ଉଭୟ ପୁରୁଷ ଓ ମହିଳା ବର୍ଗର ସମସ୍ତ ୫ ପ୍ରତିଯୋଗୀ ଓଡ଼ିଶା ଖୋ ଖୋ ଦଳ ପାଇଁ ପ୍ରତିନିଧିତ୍ବ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବକୁ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପରିଚାଳନା କରିଥିବାବେଳେ ବାଲେଶ୍ଵର କ୍ରୀଡା ସଙ୍ଘର ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଏବଂ କୋଚ୍ ମଳୟ ରଞ୍ଜନ ବେହେରା ଉପସ୍ଥିତ ଥିଲେ ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ବାଲେଶ୍ଵର ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ

ହରିୟାଣାର ପଞ୍ଚକୋଲାଠାରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ବାଲେଶ୍ଵର ଜିଲ୍ଲାର ଉଭୟ ପୁରୁଷ ଓ ମହିଳା ବର୍ଗର ୫ ପ୍ରତିଯୋଗୀ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିଲେ । ଉଭୟ ଦଳ ସେଥିରେ ରନର୍ସ ଅପ୍ ହୋଇଛନ୍ତି । ୩ ମହିଳା ବର୍ଗର ଖେଳାଳୀ ରଞ୍ଜିତା ବାରିକ, ପ୍ରତିମା ଦେ ଏବଂ ଚମ୍ପା ମାଝୀଙ୍କ ସମେତ ଦୁଇ ପୁରୁଷ ବର୍ଗର ଖେଳାଳୀ ଗୌତମ ସିଂ ଓ ପପୁ ମାରାଣ୍ଡି ଦଳକୁ ରନର୍ସ ଅପରେ ପହଞ୍ଚାଇବା ସହ ରୌପ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.