ETV Bharat / state

ପହଞ୍ଚୁନି ସରକାରୀ ସୁବିଧା, ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ କେବେ ହେବ ଦୂର

ପହଞ୍ଚୁନି ସରକାରୀ ସୁବିଧା । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ଦୁଃଖକଷ୍ଟରେ ବିତୁଛି ଅସହାୟ ବୃଦ୍ଧ ଦମ୍ପତିଙ୍କ ଜୀବନ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 21, 2023, 6:17 PM IST

Updated : Aug 21, 2023, 6:47 PM IST

ପହଞ୍ଚୁନି ସରକାରୀ ସୁବିଧା, ଅସହାୟ ବୃଦ୍ଧ ଦମ୍ପତିଙ୍କ ଦୁଃଖ କେବେ ହେବ ଦୂର

ବାଲେଶ୍ବର: ରାଜ୍ୟ ସରକାରଙ୍କ ଅନେକ ଯୋଜନା ଏବେ ଫାଇଲ ତଳେ ଚାପି ହୋଇ ରହିବା ଭଳି ମନେ ହେଉଛି । ସରକାରୀ ଯୋଜନା ଆଜି ବି ଅନେକ ଦୁଃଖୀ ପରିବାର ଏବଂ ଅସହାୟ ମଣିଷଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଠେଙ୍ଗଡିହା ଗ୍ରାମରେ । ସରକାରୀ ଅବହେଳାର ଶିକାର ହୋଇ ଗ୍ରାମର ବୃଦ୍ଧ ଦମ୍ପତି ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ବସ୍ତା ବ୍ଲକ ଠେଙ୍ଗଡିହା ଗ୍ରାମର ବୃଦ୍ଧ ଦମ୍ପତି ଗୁହାଳ ଘରେ ପଶୁମାନଙ୍କ ସହିତ ଦିନ କାଟିବା ଏବେ ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଗ୍ରାମର ରାମ ସୋରେନ ଓ ଗୁରୁବାରି ସୋରେନ ନିଜର ସ୍ବଳ୍ପ ରୋଜଗାରରେ ଏକ ଝାଟିମାଟି ଘର କରି ସେଥିରେ ରହି ଆସୁଥିଲେ । ମାତ୍ର ଗତ ଏପ୍ରିଲ ମାସରେ ହୋଇଥିବା କାଳ ବୈଶାଖୀରେ ତାଙ୍କ ଘର ଭୁଶୁଡ଼ି ପଡିଥିଲା । ନୂଆ ଘରଟିଏ ତିଆରି କରିବା ପାଇଁ ସମ୍ବଳ ନଥିବାରୁ ନିଜର ଗୁହାଳ ଘରେ ଗୋରୁ ଛେଳିମାନଙ୍କ ସହିତ ରହୁଛନ୍ତି । ଏମିତିକି ପିଲାଛୁଆ ମଧ୍ୟ ନଥିବାରୁ ଏ ବୃଦ୍ଧ ଦମ୍ପତିଙ୍କ ସାହା ଭରଷା ବି କେହି ନାହିଁ ।

ଏହା ବି ପଢନ୍ତୁ- ରୋଗ ଶଯ୍ୟାରେ ଅସହାୟ ଦମ୍ପତି; ସରକାରଙ୍କ କାନରେ ପଡୁନି ଭଙ୍ଗା ଦଦରା ଘର ଲୋକଙ୍କ ଡାକ

ନିଜେ ଉଭୟ ଉଭୟଙ୍କ ଭରସା ପାଲଟିଥିବା ବେଳେ ଏମାନଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚି ନଥିବା ଅଭିଯୋଗ ହୋଇଛି । ସରକାରୀ ସୁବିଧା କହିଲେ ମାସକୁ ମାତ୍ର କେଇ କିଲୋ ଚାଉଳ ମିଳୁଥିବା ବେଳେ ବୟସର ଅପରାହ୍ନରେ ଉଭୟ ଦମ୍ପତି ପରିଶ୍ରମ କରି ପେଟ ପୋଷିବା କଷ୍ଟକର ହେଉଛି । ରାମଙ୍କୁ ୭୦ବର୍ଷ ବୟସ ହୋଇଥିବା ବେଳେ ଗୁରୁବାରିଙ୍କୁ ୬୦ରୁ ଅଧିକ। ସରକାରୀ ନିୟମ ହିସାବରେ ଦମ୍ପତିଙ୍କ ବୟସ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନାହିଁ । ଗତ କିଛିଦିନ ଧରି ରାମ ଅସୁସ୍ଥ ଥିଲେବି ତାଙ୍କ ପାଖରେ ଔଷଧ ଖାଇବାକୁ ଟଙ୍କାଟିଏ ବି ନାହିଁ ।

ଗୁରୁବାରି ଏଠି ସେଠି ଯାହା ମାଗିଯାଚି ଆଣିଲେ ସେଥିରେ ୨ ଜଣ ଖାଇବାର ସମର୍ଥ ହେଉଥିବା ବେଳେ ଅନେକ ଥର ଚୁଲି ଜଳିବା କଷ୍ଟ ହୋଇଥାଏ । ବହୁ ସମୟରେ ଏହି ଦମ୍ପତି ଭୋକ ଉପାସରେ ଦିନ କାଟୁଥିବା ବେଳେ ଏମାନଙ୍କ ପାଖରେ ସାହା ହେବାପାଇଁ କେହି ନାହାନ୍ତି । ସରକାରୀ ବାବୁ ଏବଂ ଭୋଟ ଦେଇଥିବା ଜନପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଘର ଖଣ୍ଡେ ମିଳି ପାରି ନଥିବା ଅଭିଯୋଗ କରିଛନ୍ତି ସ୍ବାମୀ ସ୍ତ୍ରୀ । ତେବେ ଏହି ଦୁଃଖୀ ଦମ୍ପତିଙ୍କ ଦୁଃଖ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

Last Updated : Aug 21, 2023, 6:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.