ବାଲେଶ୍ବର: ସହରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛି ରାସ୍ତା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସଦର ବିଧାୟକ । ଆଗାମୀ 7ଦିନ ଭିତରେ କାର୍ଯ୍ୟ ଆରମ୍ଭ ନହେଲେ ସଦର ବିଧାୟକ ମଦନ ମୋହନ ଦତ୍ତ ମ୍ୟୁନିସିପାଲିଟି ଆଗରେ ଧାରଣା ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ଗତ ଜାନୁଆରୀର ମାସରେ ଖରାପ ରାସ୍ତାଗୁଡିକର କାମ ଆରମ୍ଭ ହେବାକୁ ଥିବାବେଳେ, ଏଯାଏ କାମ ଆରମ୍ଭ ହୋଇପାରିଲା ନାହିଁ । ଏପରିକି ଏହି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ଜଣାଇଥିଲେ ମଧ୍ୟ ମଧ୍ୟ ସୁଫଳ ମିଳିନଥିବା ଅଭିଯୋଗ ସେ କରିଛନ୍ତି ।
ଅନ୍ୟପଟେ, ସମୁଦାୟ 80ଟି ରାସ୍ତା ଓ ଡ୍ରେନ ପାଇଁ ବିଧାୟକ ପ୍ରସ୍ତାବ ଦିଆଯାଇଥିବାବେଳେ, ଏଥିପାଇଁ ଟଙ୍କା ମଞ୍ଜୁର ବି ହୋଇଥିଲା । ଫଳରେ କାର୍ଯ୍ୟରେ ବିଳମ୍ବ ନେଇ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କୁ ଦାୟୀ କରିଛନ୍ତି ମଦନ ମୋହନ ଦତ୍ତ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ