ETV Bharat / state

୮ ବର୍ଷର ବିବାହ ପରେ ସ୍ୱାମୀ ଓ କୁନି ପୁଅକୁ ଛାଡି ମହିଳା ଫେରାର !

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଆମ୍ବଗଳି ଗାଁରେ ସ୍ବାମୀ ଓ ଚାରି ବର୍ଷର ଶିଶୁପୁତ୍ରକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ମହିଳା । ଅଧିକ ପଢନ୍ତୁ

author img

By

Published : May 20, 2022, 10:05 PM IST

୮ ବର୍ଷର ବିବାହ ପରେ ସ୍ବାମୀ ଓ କୁନି ପୁଅକୁ ଛାଡି ମହିଳା ଫେରାର

ବାଲେଶ୍ବର: ସ୍ବାମୀ ଓ ଚାରି ବର୍ଷର ଶିଶୁପୁତ୍ରକୁ ଛାଡି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ମହିଳା । ଏମିତି ଅଭିଯୋଗ ଆଣିଛନ୍ତି ଜଣେ ଅସହାୟ ସ୍ବାମୀ । ଏହି ଘଟଣା ହେଉଛି, ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଆମ୍ବଗଳି ଗାଁର । ମିଳିଥିବା ସୂଚନା ଅନୁସାରେ, ୮ ବର୍ଷ ପୂର୍ବରୁ କମଳ କିଶୋର ପଣ୍ଡା ଏବଂ ସଞ୍ଜନା ପଣ୍ଡାଙ୍କର ପ୍ରେମ ବିବାହ ହୋଇଥିଲା । ବିବାହର ଚାରିବର୍ଷ ପରେ ଶିଶୁପୁତ୍ର ଜନ୍ମ ନେଇଥିଲା ।

ସଂସାର ସବୁକିଛି ଠିକଠାକ ଚାଲିଥିବା ବେଳେ ଗତ ଅପ୍ରେଲ ୧୬ ତାରିଖରେ ସ୍ବାମୀ ଘରେ ନଥିବା ବେଳେ ସଞ୍ଜନା କୁଆଡେ ଚାଲି ଯାଇଥିଲେ । ସଞ୍ଜନା ଯିବା ସମୟରେ ଘରୁ କିଛି ଟଙ୍କା ଓ ଗହଣା ନେଇଯାଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ କମଳ କିଶୋର ପଣ୍ଡା । କମଳ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ ଅଧିକାଂଶ ସମୟ ଫୋନରେ କଥା ହୁଅନ୍ତି ବୋଲି ପରିବାର ଲୋକ ଦେଖିଥିବାର କହିଛନ୍ତି ସ୍ବାମୀ କମଳ । ତେଣୁ, ତାଙ୍କ ସ୍ତ୍ରୀ କଥା ହେଉଥିବା ପୁରୁଷ ବନ୍ଧୁଙ୍କ ସହିତ ପଳେଇ ଯାଇଥିବା କଥା ଅଭିଯୋଗ ଆଣିଛନ୍ତି ସ୍ବାମୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.