ETV Bharat / state

ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ, ଲୁହ ଢାଳୁଛି ଅସହାୟ ପରିବାର - ବାଲେଶ୍ବରରେ ଦୁର୍ଘଟଣା

ମୁମ୍ବାଇରେ ରହି ପରିବାର ପ୍ରତିପୋଷଣ କରୁଥିଲେ ସେ । ଦୁର୍ଗାପୂଜାରେ ଘରକୁ ବୁଲିବା ପାଇଁ ଆସିଥିଲେ l ତେବେ ଘରକାମରେ ବାହାରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏବେ ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ । ଅଧିକ ପଢନ୍ତୁ

ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ , ଲୁହ ଢାଳୁଛି ଅସହାୟ ପରିବାର

author img

By

Published : Oct 21, 2022, 3:55 PM IST

ବାଲେଶ୍ୱର: ରାଜ୍ୟ ବାହାରେ ରହି ପରିବାର ପ୍ରତିପୋଷଣ କରୁଥିବା ମଣିଷ ଏବେ ଜୀବନ ମରଣ ସହ ଲଢୁଛି । ଅସ୍ତ୍ରୋପଚାର ପାଇଁ ଦରକାର ଲକ୍ଷ ଲକ୍ଷ ଟଙ୍କା । ଦିନେ ହସଖୁସିରେ ଫାଟି ପଡୁଥିବା ପରିବାର ଏବେ କାନ୍ଦବୋବାଳିରେ ଫାଟି ପଡୁଛି । ଦୁଃଖର କଳାବାଦଲ ଯେମିତି ଛିଣ୍ଡି ପଡିଛି ଏହି ପରିବାର ଉପରେ । ଦୁର୍ଘଟଣାରେ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ କମାରପାଳ ଗ୍ରାମର ବୈକୁଣ୍ଠ ଜେନା ।

ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ, ଲୁହ ଢାଳୁଛି ଅସହାୟ ପରିବାର

ସୂଚନା ଅନୁସାରେ, ଘରକାମରେ ବାହାରକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଏବେ ଜୀବନ ସହ ଜୁଝୁଛନ୍ତି ବୈକୁଣ୍ଠ । 21 ଦିନ ହେଲା ଭେଣ୍ଟିଲେଟରରେ ଥିବା ବେଳେ ଏଯାଏ ତାଙ୍କର ଚେତା ଫେରିନାହିଁ। କେବଳ ନିଶ୍ବାସ ଚାଲିଛି । 21 ଦିନ ଧରି ଅଚେତ ଅବସ୍ଥାରେ ଥିବାରୁ ତୁରନ୍ତ ମୁଣ୍ଡରେ ଅସ୍ତ୍ରୋପଚାର କରିବାକୁ କହୁଛନ୍ତି ଡାକ୍ତର । ଏଥିପାଇଁ ଆବଶ୍ୟକ ପ୍ରଚୁର ଅର୍ଥ, ଆଉ ଗରିବ ପରିବାର ଏହାକୁ ନେଇ ଚିନ୍ତାରେ ପଡିଛି।

ବୈକୁଣ୍ଠଙ୍କ ପରିବାର କହିଲେ ବୃଦ୍ଧ ପିତାମାତା ଓ ସ୍ତ୍ରୀ ସମେତ ଦୁଇ ପିଲା । ଏମାନଙ୍କ ମୁହଁରେ ଦାନ ଯୋଗାଇବା ପାଇଁ ବୈକୁଣ୍ଠ ମୁମ୍ବାଇରେ ଏକ ହୋଟେଲରେ କାମ କରୁଥିଲେ । ଦୁର୍ଗାପୂଜାରେ ସେ ମୁମ୍ବାଇରୁ ଘରକୁ ବୁଲିବା ପାଇଁ ଆସିଥିଲେ। କୌଣସି ଏକ ଘରୋଇ କାମରେ ସେ ବାହାରକୁ ଯାଇଥିବା ବେଳେ ହଠାତ ତାଙ୍କର ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ରାସ୍ତା କଡରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ଜଣେ ଲୋକ ଦେଖି ପରିବାରକୁ ଖବର ଦେଇଥିଲେ । ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ସୋର ମେଡିକାଲ, ପରେ ବାଲେଶ୍ଵର ମେଡିକାଲ ଓ ସେଠାରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଇଥିଲେ ।

ତେବେ ସରକାରୀ ସ୍ତରରେ ମିଳିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (BSKY) ରେ ସେଠାରେ ବୈକୁଣ୍ଠଙ୍କ ଚିକିତ୍ସା ଚାଲିଛି । ମାତ୍ର କାର୍ଡରେ ଥିବା ଲିମିଟ ଏବେ ସାରିବାକୁ ବସିଲାଣି । ଏପଟେ 21 ଦିନ ଧରି ଅଚେତ ଅବସ୍ଥାରେ ଥିବାରୁ ତୁରନ୍ତ ମୁଣ୍ଡରେ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର କହୁଛନ୍ତି। କିନ୍ତୁ ଅଭାବୀ ପରିବାର ପାଖରେ ଏଥିପାଇଁ ସାମର୍ଥ୍ୟ ନାହିଁ । ବୈକୁଣ୍ଠଙ୍କ ଜୀବନ ବଞ୍ଚାଇବା ପାଇଁ ପରିବାର ଲୋକ ଏବେ ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ବୈକୁଣ୍ଠଙ୍କ ଜୀବନ ବଞ୍ଚାଇବାରେ ସହାୟତା ହେବାକୁ ଇଚ୍ଛୁକ ବଦାନ୍ୟ ବ୍ୟକ୍ତିବିଶେଷମାନେ ତାଙ୍କର ମୋବାଇଲ ନମ୍ବର-9178554422ରେ ଯୋଗାଯୋଗ କରିବା ସହ ଗୁଗୁଲ ପେ’ ନମ୍ବର 9920465878 ରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପରିବାର ତରଫରୁ ନିବେଦନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.