ETV Bharat / state

ବାଲେଶ୍ୱରରେ ପଲିଥିନ ଉପରେ ଲାଗିଲା କଟକଣା

ବାଲେଶ୍ୱର ସହରରେ ଆଜି ଠାରୁ ପଲିଥିନ ଉପରେ କଟକଣା ଜାରି କରାଯାଇଛି। ଏନେଇ ପୌରପାଳିକା ପକ୍ଷରୁ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଛି ।

author img

By

Published : Jun 18, 2019, 1:24 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଏଥର ଆଉ ସଚେତନ ନୁହେଁ, ସିଧାସଳଖ ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ । ବାରମ୍ବାର ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରିବା ପରେ ଆଜି ପୌରପାଳିକା ପକ୍ଷରୁ ବିଭିନ୍ନ ଦୋକାନ ବଜାରରେ ଚଢାଉ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏଥିପାଇଁ ପୌରପାଳିକା ପକ୍ଷରୁ 3ଟି ଟିମ ଗଠନ କରାଯାଇଛି । ଏହି ଟିମ୍ ସହରର ମୋତିଗଞ୍ଜ ବଜାରରେ ପ୍ରଥମେ ଚଢ଼ାଉ ଆରମ୍ଭ କରିଥିଲା । ମାଛ ଦୋକାନ ଠାରୁ ଆରମ୍ଭ କରି ଫଳ, ପରିବା, ଗ୍ରୋସରି ଆଦି ଦୋକାନରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଗାମୀ ଦିନରେ ପଲିଥିନ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ପୌରପାଳିକା । ଏହି ଚଢ଼ାଉରେ ପୌରପାଳିକା ହେଲଥ ଇନିସ୍‌ପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.