ବାଲେଶ୍ୱର: ସମ୍ପର୍କରେ କଳା ଦାଗ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶେଖବାଡ଼ ଅଞ୍ଚଳରେ ନାବାଳିକାଙ୍କୁ ସାବତ ବାପା ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ସାବତ ବାପାକୁ 22 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଗତ ବର୍ଷ ଜୁଲାଇ 9 ତାରିଖରେ ଏହି ଘଟଣା ଘଟିଥିଲା । ଅଭିଯୋଗକୁ ଭିତ୍ତି କରି ବାଲେଶ୍ଵର ସ୍ବତନ୍ତ୍ର ପୋକ୍ସ କୋର୍ଟ ଅଭିଯୁକ୍ତ ସାବତ ବାପାଙ୍କୁ 22 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ 11 ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।
ନାବାଳିକାର ମାଆ ଜଳେଶ୍ବର ଥାନାରେ ଅଭିଯୋଗ କରିବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ପୀଡ଼ିତା ନାବାଳିକାଙ୍କୁ ସହାୟତା ରାଶି ବାବଦକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଦେଶ ହୋଇଛି । ଅଭିଯୁକ୍ତ ପୀଡିତାଙ୍କ ମାଆଙ୍କ ଦ୍ବିତୀୟ ସ୍ବାମୀ । 2020 ଜୁଲାଇ 9 ତାରିଖରେ ଏହି କାଣ୍ଡ ଘଟାଇଥିଲେ ଅଭିଯୁକ୍ତ । ଜଳେଶ୍ବର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ।
ଏହା ବି ପଢନ୍ତୁ...ନାବାଳିକାଙ୍କୁ ଦୁଷ୍କର୍ମ, ବନ୍ଧା ହେଲା ସମ୍ପର୍କୀୟ ଜେଜେବାପା
ପ୍ରକାଶ ଥାଉ କି, ଦୁଇ ଦିନ ତଳେ ନୟାଗଡରେ ଏପରି ଲଜ୍ୟା ଘଟଣା ସାମ୍ନାକୁ ଆସିଥିଲା । 8 ବର୍ଷର ନାବାଳିବାକୁ ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେବାପାଙ୍କୁ ଗିରଫ କରିଥିଲା । ଘରେ କେହି ନଥିବା ସୁଯୋଗ ନେଇ ନାବାଳିକାଙ୍କୁ ସମ୍ପର୍କୀୟ ଜେଜେବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଇଟିଭି ଭାରତ, ବାଲେଶ୍ବର