ବାଲେଶ୍ବର: ଟ୍ରେନରେ ଭାଙ୍ଗ ଚୋରାଚାଲାଣ ବେଳେ ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ମୁଜାଫରପୁରରୁ ଯଶବନ୍ତପୁର ଯାଉଥିବା ଟ୍ରେନରେ ଭାଙ୍ଗ ବସ୍ତାରେ ଭର୍ତ୍ତି କରି ବିହାରରୁ କଟକ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ଅବକାରୀ ବିଭାଗ ।
ଏହାପରେ ବାଲେଶ୍ଵର ଷ୍ଟେସନରେ ଆରପିଏଫ ସହଯୋଗରେ ଟ୍ରେନ ଭିତରୁ 300 କିଲୋ ଭାଙ୍ଗ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ 1 ଲକ୍ଷ 30 ହଜାର ଟଙ୍କା ହେବବୋଲି ଜଣାପଡିଛି। ଟ୍ରେନ ଭିତରେ ଲୋକମାନଙ୍କ ମଧ୍ୟରେ ବେପାରୀ ଚିହ୍ନଟ ହୋଇ ନ ପାରିବାରୁ କେହି ଏହି ମାମଲାରେ ଗିରଫ ହୋଇ ନଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ