ETV Bharat / state

ଚାଷୀଙ୍କ ହକ ପାଇଁ ବାଲେଶ୍ବର କଂଗ୍ରେସର ରଣହୁଙ୍କାର, 11ରୁ ବିକ୍ଷୋଭ - Balasore district news

ଚାଷୀଙ୍କ ହକ ପାଇଁ ଲଢେଇ କରିବ କଂଗ୍ରେସ । ବିଭିନ୍ନ ଦାବି ନେଇ ସମବାୟସମିତି କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବାକୁ ବାଲେଶ୍ବର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି । ଅଧିକ ପଢନ୍ତୁ...

ଚାଷୀଙ୍କ ହକ ପାଇଁ  ବାଲେଶ୍ବର କଂଗ୍ରେସର ରଣହୁଙ୍କାର, 11 ରୁ ବିକ୍ଷୋଭ

author img

By

Published : Jun 9, 2021, 5:04 PM IST

ବାଲେଶ୍ବର: ଚାଷୀଙ୍କ ହକ ପାଇଁ ଲଢେଇ କରିବ କଂଗ୍ରେସ । ଏଥିପାଇଁ ଚାଷୀଙ୍କ ହକ ପାଇଁ ରଣହୁଙ୍କାର ନାମରେ ପ୍ରତିବାଦ କରାଯିବ। ଏନେଇ ବାଲେଶ୍ବର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧିକ ସୂଚନା ପ୍ରଦାନ କରାଯାଇଛି।

ଚାଷୀଙ୍କ ହକ ପାଇଁ ବାଲେଶ୍ବର କଂଗ୍ରେସର ରଣହୁଙ୍କାର, 11 ରୁ ବିକ୍ଷୋଭ

ଚାଷୀମାନଙ୍କ ହକ ପାଇଁ ଦଳ ପକ୍ଷରୁ ଜିଲ୍ଲାରେ ଥିବା 150ଟି ସମବାୟ ସମିତି ବା ଧାନ ମଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ବିକ୍ଷୋଭ ଆସନ୍ତା 11 ତାରିଖରୁ ଭୋଗରାଇରୁ ଆରମ୍ଭ ହୋଇ 24 ତାରିଖରେ ସିମୁଳିଆରେ ଶେଷ ହେବ। ବିକ୍ଷୋଭରେ ସବୁ ଚାଷୀଙ୍କ ଠାରୁ ଧାନ କିଣିବା, କଟନୀ ଛଟନୀ ବନ୍ଦ କରିବା, ଅଖାର ଦାମ ଦେବା, ଟୋକନ ଅବଧି ବଢ଼ାଇବା, ଅକାମି ଟୋକନ ସଚଳ କରିବା ଭଳି ଦାବି ଉପସ୍ଥାପନ କରାଯିବାକୁ ଦାବି ରଖାଯିବା ନେଇ ସୂଚନା ଦେଇଛି ଦଳ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.