ETV Bharat / state

ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ପଶିଲା ବର୍ଷା ପାଣି, ରୋଗୀ ହୀନସ୍ଥା

ବାଲେଶ୍ବର ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭିତରେ ପଶିଲା ପାଣି । ରୋଗୀ ହନ୍ତସନ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 3, 2023, 4:50 PM IST

Updated : Oct 3, 2023, 7:38 PM IST

Bhattar Community health centre
Bhattar Community health centre
ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ପଶିଲା ବର୍ଷା ପାଣି, ରୋଗୀ ହୀନସ୍ଥା

ବାଲେଶ୍ବର: ଅସରାଏ ବର୍ଷାରେ ହସ୍ପିଟାଲ ଭିତରେ ଲହଡ଼ି ମାରୁଛି ବର୍ଷା ପାଣି । ଯାହା ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଏମିତି ଅବସ୍ଥା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅନ୍ତର୍ଗତ ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ମେଡିକାଲରେ ବର୍ଷା ପାଣି ପଶିବା ଯୋଗୁଁ ରୋଗୀମାନେ ମେଡିକାଲ ଯିବାଆସିବା ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହାପରେ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜଳେଶ୍ଵର ଅଞ୍ଚଳରେ ଗତ ରାତିରୁ ପ୍ରବଳ ବର୍ଷା ଲାଗି ରହିଛି । ଯାହା ଫଳରେ ଜଳେଶ୍ଵର ସହର ଭିତରେ ଥିବା ଜିକେ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ବର୍ଷା ଜଳ ପ୍ରବେଶ କରିଛି । ଡାକ୍ତରଖାନାର ସମସ୍ତ ବିଭାଗରେ ପଶିଛି ବର୍ଷା ପାଣି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ଉପରେ ମହଲା ଏବଂ ଡାକ୍ତରଖାନା ପରିସରରେ ଥିବା ଅନ୍ୟ ଏକ ବିଲ୍ଡିଂକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ବି ପଢନ୍ତୁ- ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର ସହର, ରାସ୍ତାରେ ଲହରୀ ଭାଙ୍ଗୁଛି ପାଣି

ଡାକ୍ତରଖାନା ସମ୍ମୁଖରେ ଥିବା ଡ୍ରେନ ପରିଷ୍କାର ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଡାକ୍ତରଖାନା ପରିସରରେ ପଶିଛି । ଯାହା ଫଳରେ ରୋଗୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି । ପାଣି ନିଷ୍କାସନ ପାଇଁ ମ୍ୟୁନିସିପାଲଟି ପକ୍ଷରୁ କାର୍ଯ୍ୟ ଜାରି ରହିଛି । ସୂଚନା ଥାଉ କି ଲଘୁଚାପ ବର୍ଷା ଫଳରେ ବେହାଲ ବାଲେଶ୍ବର । ଗତ ରାତିଠାରୁ ବାଲେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷାର ମାତ୍ରା ଅଧିକ ଥିବାରୁ ଜନଜୀବନ ପ୍ରଭାବିତ ହୋଇଛି । ସାଧାରଣ ଲୋକେ ଯିବାଆସିବାରେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Weather Update: ଦୁର୍ବଳ ହୋଇଛି ସୁଦୃଶ ଲଘୁଚାପ, ୪ ଯାଏଁ ପ୍ରବଳ ବର୍ଷିବ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସହରର ପ୍ରମୁଖ ରାସ୍ତା ଉପରେ ପାଣି ଢେଉ ମାରୁଛି । ବାଲେଶ୍ବର ସହରର ପ୍ରମୁଖ ଫକୀର ମୋହନ ଗୋଲେଇ ଛକରେ ମଧ୍ୟ ସମାନ ସ୍ଥିତିକୁ ଦେଖିବାକୁ ମିଳିଛି । ଗୋଲେଇର ଚାରିକଡ଼େ ପାଣି ସୁଅ ମାରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଆଜି ସକାଳେ ପ୍ରାୟ 1 ଘଣ୍ଟାଧରି ପ୍ରବଳ ବର୍ଷା ଯୋଗୁଁ ସହରର ପ୍ରମୁଖ ରାସ୍ତା ତଥା ଦୋକାନଗୁଡିକରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 3, 2023, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.