ବାଲେଶ୍ବର: ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ବାଲେଶ୍ଵରର ଚିତ୍ରକଳା ପ୍ରଦର୍ଶିତ ହୋଇଛି । ବାଲେଶ୍ଵରର ଚାରୁ ଓ କାରୁକଳା କଲେଜର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କ 40ଟି ଚିତ୍ର ପ୍ରଦର୍ଶିତ ହୋଇଛି । ଯାହା ଓଡିଶାରୁ କେବଳ ନିକୁଞ୍ଜଙ୍କର ସେଠାରେ ସ୍ଥାନିତ ହୋଇଛି ।
ତେବେ ଏହି ନିଆରା ଚିତ୍ର (ରି-ଥିଙ୍କିଙ୍ଗ୍) ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀରେ ମୁମ୍ବାଇର ବରିଷ୍ଠ ଚିତ୍ରଶିଳ୍ପୀ ଅନିଶା ମିଚନ୍ଦିନୀ ଓ ପ୍ରକାଶ ଘଡଜେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ ନିକୁଞ୍ଜ ସବୁବେଳେ ତାଙ୍କର ଚିତ୍ରକୁ ନେଇ ଚର୍ଚ୍ଚାରେ ରହନ୍ତି । ୨୦୧୩ ମସିହାରେ ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରି କର୍ତ୍ତୃପକ୍ଷଙ୍କ ପାଖକୁ ତାଙ୍କର ଏକ ବିଷୟକୁ ନେଇକି ନିର୍ବାଚିତ ଚିତ୍ର ପଠାଇଥିଲେ । ତେବେ ଅକ୍ଟୋବର ୧୧ରୁ ୧୭ ପର୍ଯ୍ୟନ୍ତ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ଦାସଙ୍କ ଓଏଲ୍ ଏବଂ ଆକ୍ରିଲିକ୍ ମିଶ୍ରିତ ରଙ୍ଗରେ ପ୍ରସ୍ତୁତ ବିଭିନ୍ନ ବିଷୟକୁ ନେଇ ହୋଇ ସାରିଥିବା ୪୦ଟି ଚିତ୍ର ପ୍ରଦର୍ଶିତ ହେଇଯାଇଛି।
ଓଡ଼ିଶାର ଏକମାତ୍ର ଚିତ୍ରଶିଳ୍ପୀ ଭାବେ ବାଲେଶ୍ଵରରୁ ନିକୁଞ୍ଜ ବିହାରୀ ଦାସଙ୍କ ଚିତ୍ର ସେଠାରେ ପ୍ରଦର୍ଶିତ ହୋଇଛି। ସେ ଏହି ୪୦ ଟି ଚିତ୍ରରେ ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରତିଫଳନ କରିଛନ୍ତି। ଯେଉଁଥିରେ ରାଧାକୃଷ୍ଣ ଓ ଜଗନ୍ନାଥଙ୍କୁ ଦର୍ଶାଯାଇଛି। ୱେଷ୍ଟର୍ଣ୍ଣ ଫିଗର୍ରେ ଭାରତୀୟ ଚିତ୍ରକଳାକୁ ନେଇ ରାଧା, ନବଗୁଞ୍ଜରା, କ୍ରିଷ୍ଣା ଅନନ୍ତ ଶୟନ ଆଦି ବିଷୟକୁ ନେଇକି ଚିତ୍ର ଫୁଟାଇଛନ୍ତି। ୮ ମାସ ମଧ୍ୟରେ ଦାସ ୪୦ଟି ଚିତ୍ର ଆଙ୍କିବା ଶେଷ କରିଥିଲେ।
ଇଟିଭି ଭାରତ, ବାଲେଶ୍ବର