ETV Bharat / state

ବଞ୍ଚିବା ପାଇଁ ଏକା ଲଢ଼ୁଛି ବୋହୁ, ମାଗୁଛି ସହାୟତା - ସ୍ବାମୀଙ୍କୁ ଭଲ କରିବା ପାଇଁ ସାହାଯ୍ୟ ମାଗିଲା ସ୍ତ୍ରୀ

5 ପ୍ରାଣୀ ପରିବାରରେ ରୋଗାଗ୍ରସ୍ତ 4 ଜଣ । ପୁଅ, ଶାଶୁ, ଶ୍ବଶୂର ପରେ ଏବେ ବିଛଣାରେ ସ୍ବାମୀ । ସ୍ବାମୀଙ୍କ ଚିକିତ୍ସା ପାଇଁ ହାତ ପତାଇଲେ ସ୍ତ୍ରୀ । ପଢନ୍ତୁ ପୁରା ଖବର

ବଞ୍ଚିବା ପାଇଁ ଏକା ଲଢ଼ୁଛି ବୋହୁ, ମାଗୁଛି ସହାୟତା

author img

By ETV Bharat Odisha Team

Published : Nov 13, 2023, 8:53 PM IST

ବଞ୍ଚିବା ପାଇଁ ଏକା ଲଢ଼ୁଛି ବୋହୁ, ମାଗୁଛି ସହାୟତା

ବାଲେଶ୍ବର: ପେଟରେ ଦାନା ନାହିଁ କି ଆଖିରେ ନିଦ ବି ନାହିଁ । ଭୋକ ଆଉ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗୋଟିଏ ପରିବାରର ୪ ଜଣ ସଦସ୍ୟ। ସମସ୍ତେ କଷ୍ଟ ଯନ୍ତ୍ରଣାରେ ଜୁଝୁଥିବା ବେଳେ ପରିବାରର ବୋଝ ଏବେ ଘରର ବୋହୂ ଉପରେ । ସ୍ୱାମୀ, ପୁଅ ଶାଶୁ ଓ ଶ୍ବଶୁର ଏବେ ରୋଗାକ୍ରାନ୍ତରେ । ସବୁ ଦୁଃଖ ଯେମିତି ଏକାଠି ମାଡି ବସିଛି ଏହି ପରିବାର ଉପରେ ।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ହରିପୁର ପଞ୍ଚାୟତର ସାନନ୍ଦା ଗାଁର ଅକ୍ଷୟ ସାହୁଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଗତି କରୁଛି । ଘରର ଏକମାତ୍ର ରୋଜଗାରିଆ ପୁଅ ପ୍ରମୋଦ ଏବେ ରୋଗାକ୍ରାନ୍ତରେ ପଡି ରହିଛନ୍ତି । ପ୍ରମୋଦ ବାହାର ରାଜ୍ୟରେ ରହି ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରିଥିଲେ । ହଠାତ୍ ପଡ଼ି ଯିବା ଫଳରେ ମୁଣ୍ଡ ପଛପଟେ ଶକ୍ତ ଆଘାତ ଲାଗିଥିଲା । ଯାହାଫଳରେ ପ୍ରମୋଦଙ୍କର ବ୍ରେନ ସର୍ଜରୀ ହୋଇଥିଲା । ଏହାପରେ ସେ ଏବେ ବିଛଣାରେ ପଡି ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ..କିଏ ଶୁଣିବ ଜନ ପ୍ରତିନିଧୀଙ୍କ ଦୁଃଖ: ନାହିଁ ମୁଣ୍ଡ ଗୁଞ୍ଜିବାକୁ ଛାତ, ସରକାରୀ ସାହାଯ୍ୟ ଅପେକ୍ଷାରେ ୱାର୍ଡମେମ୍ବର

ପ୍ରମୋଦଙ୍କ ସ୍ତ୍ରୀ ବବିସ୍ମିତା ସବୁ ଦୁଃଖକୁ ଯେମିତି ଛାତି ତଳେ ଚାପି ରଖି ନିଜ ପରିବାରକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ୪ଜଣ ସଦସ୍ୟଙ୍କୁ ମେଡ଼ିସିନ ଦେବାକୁ ପାଖରେ ଟଙ୍କାଟିଏ ବି ନାହିଁ । ଘର ଚଳାଇବା ତ ଦୂରର କଥା । ପ୍ରମୋଦଙ୍କ ସ୍ତ୍ରୀ ସାହି ପଡିଶାଙ୍କ ଠାରୁ ଯାହା କିଛି ମାଗିଯାଚି ଆଣୁଛନ୍ତି ସେଥିରେ 5 ପ୍ରାଣୀଙ୍କୁ ମୁଠେ ଖାଇବାକୁ ମିଳିବା ବି କଷ୍ଟ । ଓଳିଏ ଖାଇଲେ ଓଳିଏ ଉପବାସରେ ରହିବାକୁ ପଡୁଛି । ସେଥିରେ ସ୍ବାମୀଙ୍କୁ ଭଲ କରିବା ବବିସ୍ମିତାଙ୍କ ସ୍ବପ୍ନ ଅଟେ । ଘରେ ଯାହା କିଛି ଥିଲା ଶାଶୁ, ଶଶୁର ଓ ପୁଅର ଚିକିତ୍ସା ପଛରେ ସବୁ କିଛି ବିକ୍ରି ସରିଯାଇଥିଲା ଏବେ ଏବେ ମାଟି ଘରେ ପଡିରହିଛନ୍ତି 5 ପ୍ରାଣୀ । ଏହାରି ଭିତରେ ଏବେ ସ୍ଵାମୀଙ୍କୁ ଭଲ କରିବା ପାଇଁ ଅର୍ଥର ଅଭାବ ଦେଖା ଦେଇଛି । ଦୁଃଖର ପାହାଡ଼ ତଳେ ଚାପି ହୋଇଥିବା ଏହି ପରିବାର ପାଖରେ ନା ଅଛି ଖାଇବା ପାଇଁ ନା ଚିକିତ୍ସା ପାଇଁ ଅର୍ଥ ।

ଏହି ପରିବାର ପାଖରେ ସମ୍ବଳ ନଥିବାରୁ ଏମାନଙ୍କୁ ସହାୟତାର ଆଵଶ୍ୟକତା ରହିଛି । ଅନ୍ୟପଟେ ସ୍ବାମୀଙ୍କୁ ଭଲ କରିବା ପାଇଁ ହାତ ପାତି ସାହାଯ୍ୟର ଭିକ୍ଷା ମାଗିଛନ୍ତି ବବିସ୍ମିତା । କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସଂଗଠନ ପକ୍ଷରୁ କିଛି ସହାୟତା ମିଳିଲେ ହୁଏତ ଏହି ଦୁଃଖି ପରିବାରର ଟିକିଏ ଦୁଃଖ ଲାଘବ ହୋଇପାରନ୍ତା ।

ତେବେ ବବିସ୍ମିତାଙ୍କୁ ସାହାଯ୍ୟ ପାଇଁ ନିମ୍ନ ବ୍ୟାଙ୍କ ଆକାଉଣ୍ଟରେ ପଠାଇପାରିବେ ।
INDIAN BANK
BARTTANA BRANCH NAME BABISMITA SAHU
A/C. NO. - 50310149811
IFSC CODE - IDIB000B683
Phone Pay - +918018148965

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.