ETV Bharat / state

ମିଳୁନି ଆବାସ ଗୃହ, ତାତିଲେ ମହିଳା - ଆବାସ ଯୋଜନାରେ ଅନିୟମିତତା

ଆବାସ ଯୋଜନାରେ ହେଉଛି ଅନିୟମିତତା ଅଭିଯୋଗ । ବାଦ ପଡୁଛନ୍ତି ପ୍ରକୃତ ହିତାଧିକାରୀ । ଅଧିକ ପଢନ୍ତୁ...

ମିଳୁନି ଆବାସ ଗୃହ, ତାତିଲେ ମହିଳା
ମିଳୁନି ଆବାସ ଗୃହ, ତାତିଲେ ମହିଳା
author img

By

Published : Sep 1, 2021, 1:42 PM IST

ବାଲେଶ୍ଵର: ଜିଲ୍ଲା ରେମୁଣା ବ୍ଲକ ବିରୁହାଁ ପଞ୍ଚାୟତରେ ଆବାସ ଯୋଜନାରେ ହେଉଛି ଅନିୟମିତତା । ଥିଲାବାଲାଙ୍କୁ ଘର ମିଳୁ ଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବାଦ ପଡୁଥିବା ମହିଳା ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

ମିଳୁନି ଆବାସ ଗୃହ, ତାତିଲେ ମହିଳା

ପଞ୍ଚାୟତର ଗଡ଼ପଦା, ବିରୁହାଁ, ସୋମନାଥପୁର, କାଶୀପୁର ଓ ରଘୁବୀରପାଟଣା ଗାଁର ଶତାଧିକ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀ ହେବା ପାଇଁ ଅବେଦନ କରୁଥିଲେ । ହେଲେ ସରପଞ୍ଚ ଜାଣିଶୁଣି ନାଁ କାଟି ଦେଉଥିବା ଅଭିଯୋଗ ହୋଇଛି । ଲାଞ୍ଚ ନଦେଲେ ଆବାସ ଗୃହ ମିଳୁନଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା । ଏନେଇ ମହିଳାମାନେ ରେମୁଣା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅସନ୍ତୋଷ ଜାହିର କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.