ETV Bharat / state

ଆସିଲାନି ଆମ୍ବୁଲାନ୍ସ , ଅଚେତ ବୃଦ୍ଧାଙ୍କୁ ଡାକ୍ତରଖାନା ନେଲେ ଅଟୋ ଡ୍ରାଇଭର

ଆଜିର ବ୍ୟସ୍ତବହୁଳ ଜୀବନ ଭିତରେ ଜଣେ ଅଚିହ୍ନା ମଣିଷଙ୍କୁ ଜୀବନ ଦେଇ ଉଦାହରଣ ସାଜିଛନ୍ତି ରେମୁଣାର ଅଟୋ ଡ୍ରାଇଭର ସତ୍ୟଜିତ । ଆମ୍ବୁଲାନ୍ସ ନ ଆସିବାରୁ ସତ୍ୟଜିତ ବୃଦ୍ଧାଙ୍କୁ ହାତରେ ବୋହିବୋହି ବାଲେଶ୍ବର ଡାକ୍ତରଖାନା ଅଭିମୁଖେ ନିସଙ୍କୋଚରେ ବାହାରିଯାଇଥିବା ନଜର ଆସିଛି ।

author img

By

Published : Jun 29, 2019, 3:18 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆମ୍ବୁଲାନ୍ସ ନଥିବାରୁ ହାତରେ ବୁହା ହୋଇ ଗଲେ ବୃଦ୍ଧା । ଏହି ଚିତ୍ର କୌଣସି ଉପାନ୍ତ ଇଲାକାର ନୁହେଁ, ବରଂ ଖୋଦ ରେମୁଣା ମେଡିକାଲର । ସହାୟତା ଦୂରର କଥା ଏହି ଗରିବ ବୃଦ୍ଧାଙ୍କୁ ଡାକ୍ତରଖାନା କର୍ତ୍ତୃପକ୍ଷ ସେପରି ପକାଇ ଚାଲିଯାଇଥିଲେ । ଏପରି ସ୍ଥିତିରେ ଜଣେ ଅଟୋ ଡ୍ରାଇଭର ନିଜ ମାନବିକତା ଦେଖାଇ, ନିଜ ହାତରେ ବୋହି ବୋହି ବାଲେଶ୍ବର ହସ୍ପିଟାଲ ଅଭିମୁଖେ ବାହାରିପଡିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏହି ଅଟୋ ଡ୍ରାଇଭରଙ୍କ ଏଭଳି ଉଦ୍ୟମ ଦେଖି ସ୍ଥାନୀୟ ଯୁବକମାନେ ଚାନ୍ଦାକରି ଅଟୋ ଯୋଗେ ବାଲେଶ୍ବର ଡାକ୍ତରଖାନାକୁ ବୃଦ୍ଧାଙ୍କୁ ପଠାଇଥିଲେ ।

ସୂଚନା ଥାଉ କି, ସବିତା ସାହୁ ନାମକ ବୃଦ୍ଧା ଜଣକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ରେମୁଣା ମେଡିକାଲରେ ଚିକିତ୍ସାଧୀନ ଥିଲେ। ଝାଡାବାନ୍ତି ନ ଛାଡିବାରୁ ଡାକ୍ତର ମହିଳାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲେ । ହେଲେ ଆମ୍ବୁଲାନ୍ସ ନ' ଆସିବାରୁ ଅଟୋ ଡ୍ରାଇଭର ସତ୍ୟଜିତ ସ୍ବେଚ୍ଛାକୃତ ଭାବେ ବୃଦ୍ଧଙ୍କୁ ହାତରେ ବୋହି ମନ୍ଦିର ଛକ ପର୍ଯ୍ୟନ୍ତ ନେଇଥିଲେ । ସେଠାରୁ ସ୍ଥାନୀୟ ଯୁବକମାନେ ଚାନ୍ଦାକରି ଅଟୋ ଯୋଗେ ବାଲେଶ୍ବର ଡାକ୍ତରଖାନାକୁ ବୃଦ୍ଧାଙ୍କୁ ପଠାଇଥିଲେ ।

ତେବେ ମହିଳା ଜଣକ ବାଲେଶ୍ୱର ମେଡିକାଲ ରେ ସୁସ୍ଥ ଥିବାବେଳେ ଯୁବକଙ୍କର ଏଭଳି ଅଦମ୍ୟ ପ୍ରଚେଷ୍ଟା କୁ ଲୋକେ ପ୍ରସଂଶା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.