ETV Bharat / state

ଫେଲ ମାରିଲା ଅପହରଣ ଉଦ୍ୟମ: ଯୁବକ ଅଟକ, ବନ୍ଧୁକ ଜବତ

ଯୁବତୀଙ୍କୁ ଅପହରଣ ଉଦ୍ୟମ । ବନ୍ଧୁକ ଦେଖାଇ ଅପହରଣ କରିବାକୁ ଚେଷ୍ଟା । ଯୁବକଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସମେତ 3ଟି ଜୀବନ୍ତ ଗୁଳି ଜବତ । ଆଗକୁ ପଢ଼ନ୍ତୁ,

author img

By ETV Bharat Odisha Team

Published : Nov 24, 2023, 10:37 PM IST

ଯୁବତୀଙ୍କୁ ଅପହରଣ ଉଦ୍ୟମ
ଯୁବତୀଙ୍କୁ ଅପହରଣ ଉଦ୍ୟମ

ବାଲେଶ୍ଵର: ଯୁବତୀଙ୍କୁ ଅପହରଣ ଉଦ୍ୟମ । ବନ୍ଧୁକ ଦେଖାଇ ଅପହରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଫେଲ ମାରିଲା ଯୁବକ ।କାବୁ କରିନେଲେ ଛାତ୍ରଛାତ୍ରୀ । ଯୁବକଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସମେତ 3ଟି ଜୀବନ୍ତ ଗୁଳି ଜବତ । ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି ପୋଲିସ । ଯୁବକଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କଲେଜ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ....ବିଜୁ ପଟ୍ଟନାୟକ ପୋଲ ଉପରେ ମୃତଦେହ ରଖି ରାସ୍ତା ଅବରୋଧ

ଘଟଣାଟି ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅର୍ନ୍ତଗତ ସୁରେନ୍ଦ୍ର ନାଥ କଲେଜର । ଏକ ତରଫା ପ୍ରେମକୁ ନେଇ ଜଣେ ଯୁବକ ଅପହରଣ ଉଦ୍ୟମ କରିଛନ୍ତି । ଯୁବତୀଙ୍କୁ ବନ୍ଧୁକ ଦେଖାଇ ଅପହରଣ କରୁଥିବା ବେଳେ ଧରାପଡ଼ିଛନ୍ତି । ସୁରେନ୍ଦ୍ର ନାଥ କଲେଜରେ ଆଜି ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଚାଲିଥିଲା। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଯୁବକ ହଠାତ ଏକ ସ୍ପୀଡ଼ ବାଇକରେ ଆସି ଉକ୍ତ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ଯୁବତୀଙ୍କୁ ଗାଡ଼ିରେ ବସାଇ ନେବାପାଇଁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଯୁବକଙ୍କୁ ମାଡିବସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ପୁରୀରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି

ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଥାନାକୁ ନେଇଥିଲେ । ଯୁବକଙ୍କ ନିକଟରୁ ପୋଲିସ ଏକ ଦେଶୀ ବନ୍ଧୁକ ସମେତ 3ଟି ଜୀବନ୍ତ ଗୁଳି ଜବତ କରିଛନ୍ତି । ଏବଂ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଯୁବକଙ୍କର ଘର ମହାଗବ ହେଇଥିବା ବେଳେ ଯୁବତୀଙ୍କ ପ୍ରତି ଏକ ତରଫା ପ୍ରେମକୁ ନେଇ ସେ ଏମିତି କାଣ୍ଡ ଘଟାଇଥିବା ସୂଚନା ମିଳିଛି। ତେବେ ଏଭଳି ଘଟଣା କଲେଜର ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୟ ସଂଚାର କରିପାରେ । ଏନେଇ କଲେଜ କର୍ତ୍ତୁପକ୍ଷଙ୍କର କିଛି ସୁଚନା ମିଳିପାରି ନାହିଁ । ତେବେ କ’ଣ କଲେଜରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଅଛନ୍ତି ? କଲେଜର ସୁରକ୍ଷାକୁ ନେଇ କେତେ ଦୁର ସଜାଗ ଅଛନ୍ତି କର୍ତ୍ତୁପକ୍ଷ ? ଏଭଳି ଘଟଣା କଲେଜର ଅବ୍ୟବସ୍ତାର ସ୍ପଷ୍ଟ ଚିତ୍ରଣ କରୁଥିବା ବେଳେ ଅଭିଭାବକଙ୍କ ମନରେ ମଧ୍ୟ ଭୟ ସଂଞ୍ଚାର କରିଛି । ତେବେ ଏଭଳି ଘଟଣା ଯେମିତି ପୁନଃ ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.