ETV Bharat / state

ହାଇ ପ୍ରୋଫାଇଲ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ: 8 ଗିରଫ, 39 ଦାମୀ ମୋବାଇଲ ଜବତ - ପ୍ରୋଫାଇଲ ଲୁଟେରା

ଧରାପଡ଼ିଛି ଲୁଟେରା ଗ୍ୟାଙ୍ଗ । ଗିରଫ ହେଲେ 8 ଲୁଟେରା । ସେମାନଙ୍କ ଠାରୁ 39ଟି ଦାମୀ ମୋବାଇଲ ସହ 3 ଟି ବାଇକ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Jul 17, 2019, 9:24 AM IST

ବାଲେଶ୍ୱର: ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ସହଦେବ ଖୁଣ୍ଟା ଆଦର୍ଶଥାନା ପୋଲିସ । ସେମାନଙ୍କ ନିକଟରୁ ମୋବାଇଲ ଜବତ କରିବା ସହ ଲୁଟରେ ବ୍ୟବହୃତ ବାଇକ ମଧ୍ୟ ପୋଲିସ ଜବତ କରିଛି । ଗତ 19 ତାରିଖରେ ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରୁ ସୌରଭ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମୋବାଇଲ ଲୁଟ ହୋଇଥିଲା । ସୌରଭଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଲୁଟ୍ କରୁଥିବା 8 ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ନିକଟରୁ 39ଟି ଦାମୀ ମୋବାଇଲ ସହ 3 ଟି ବାଇକ ଜବତ କରାଯାଇଛି । ଲୁଟେରାମାନେ ଚାଲାକର ସହ ଦାମୀ ମୋବାଇଲକୁ ଲୁଟ୍ କରିବା ପରେ ସେହି ମୋବାଇଲକୁ ଦୋକାନୀ ସହାୟତାରେ ସଫ୍ଟୱେରକୁ ବଦଳାଇ ଦେଉଥିଲେ । ଯାହାଫଳରେ ଚୋରିକୁ ନେଇ ଥାନାରେ ଅଭିଯୋଗ ହେଲେ ମଧ୍ୟ ମୋବାଇଲ ଟ୍ରାକିଂ କରିବା ସମ୍ଭବ ହୋଇ ପାରୁନଥିଲା।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ବାଲେଶ୍ୱର

ଏହି ଲୁଟ ରାକେଟରେ ସମ୍ପୃକ୍ତ ଥିବା 3ଜଣ ମୋବାଇଲ ଦୋକାନୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ସହଦେବ ଖୁଣ୍ଟା ଥାନା ଏସଆଇ ବିରଞ୍ଚି ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ପରେ ଏହି ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ସମସ୍ତ ଅଭିଯୁକ୍ତ ବାଲେଶ୍ୱର ସହର ଗଳାପୋଲ, ମିର୍ଜା ପୋଖରୀ ଅଞ୍ଚଳର ସୂଚନା ଦେଇଛି ପୋଲିସ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସହଦେବ ଖୁଣ୍ଟା ଆଦର୍ଶଥାନା ପୋଲିସ ଏକ ମୋବାଇଲ ଲୁଟେରା ଗ୍ୟାଙ୍ଗ କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମୋବାଇଲ ଜବତ କରିବା ସହ ଲୁଟରେ ବ୍ୟବହୃତ ବାଇକ ଜବତ କରାଯାଇଛି।

Body:ଗତ 19 ତାରିଖରେ ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରୁ ସୌରଭ ଚୌଧୁରୀ ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ମୋବାଇଲ ଲୁଟ ହୋଇଥିଲା। ସୌରଭଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଲୁଟ୍ କରୁଥିବା 8 ଜଣିଆ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଥିଲା। ସେମାନଙ୍କ ନିକଟରୁ 39 ଟି ଦାମୀ ମୋବାଇଲ ସହ 3 ଟି ବାଇକ୍ କୁ ମଧ୍ୟ ଜବତ କରିଛି ପୋଲିସ। ଲୁଟେରା ମାନେ ଚାଲାକ ର ସହ ଦାମୀ ମୋବାଇଲ କୁ ଲୁଟ୍ କରିବା ପରେ ସେହି ମୋବାଇଲ କୁ ଦୋକାନୀ ସହାୟତାରେ ସଫ୍ଟୱେର କୁ ବଦଳାଇ ଦେଉଥିଲେ। ଯାହାଫଳରେ ଚୋରୀ କୁ ନେଇ ଥାନା ରେ ଅଭିଯୋଗ ହେଲେ ମଧ୍ୟ ମୋବାଇଲ ଟ୍ରାକିଂ କରିବା ସମ୍ଭବ ହୋଇ ପାରୁନଥିଲା। ଏହି ଲୁଟ ରାକେଟରେ ସମ୍ପୃକ୍ତ ଥିବା 3ଜଣ ମୋବାଇଲ ଦୋକାନୀଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟେରା ଗ୍ୟାଙ୍ଗ କୁ ଧରିବା ପାଇଁ ସହଦେବ ଖୁଣ୍ଟା ଥାନା ଏସ ଆଇ ବିରଞ୍ଚି ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଆଉ ପରେ ଏହି ଗ୍ୟାଙ୍ଗ କୁ ଧରିବାରେ ପୋଲିସ ସମର୍ଥ ହୋଇଥିଲା। ଗିରଫ ସମସ୍ତ ଅଭିଯୁକ୍ତ ବାଲେଶ୍ୱର ସହର ଗଳାପୋଲ, ମିର୍ଜା ପୋଖରୀ ଅଞ୍ଚଳର ବୋଲି ପୋଲିସ କହିଛି।
ବାଇଟ- ଶୁଭ୍ରାଂଶୁ ଶେଖର ନାୟକ(ଆଇଆଇସି, ସହଦେଵଖୁଣ୍ଟା ଆଦର୍ଶ ଥାନା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.