ETV Bharat / state

ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ - stf arrest police in balesore

ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ୍ । ଅନ୍ତର୍ଜାତୀୟ ବ୍ରାଉନସୁଗାର ମାଫିଆ ରାଜା ସହ ଲିଙ୍କ ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ପୋଲିସ କର୍ମଚାରୀ ରଞ୍ଜନ କୁମାର ସାହୁ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 21, 2019, 7:02 PM IST

ବାଲେଶ୍ବର: ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ । ବାଲେଶ୍ଵର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ପୋଲିସ କର୍ମଚାରୀ ରଞ୍ଜନ କୁମାର ସାହୁଙ୍କୁ ଶନିବାର ଏସଟିଏଫ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁୟାୟୀ, ଗତ 19 ତାରିଖରେ ରଞ୍ଜନ କୁମାର ସାହୁ ଓ ପ୍ରଦୀପ କୁମାର ଦେଙ୍କୁ ବାଲେଶ୍ଵର ଏସପି କାର୍ଯ୍ୟରୁ ନିଲମ୍ବନ କରିଥିଲେ। ତେବେ ରଞ୍ଜନ କୁମାର ସାହୁ ଅନ୍ତର୍ଜାତୀୟ ବ୍ରାଉନସୁଗାର ମାଫିଆ ଶେଖ୍ ରାଜା ସହ ସିଧାସଳଖ ସମ୍ପର୍କ ରହିଥିଲା ବୋଲି ପୋଲିସକୁ ଗୁପ୍ତ ସୂତ୍ରରୁ ଜଣାପଡିଥିଲା । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରିଥିଲେ ମଧ୍ୟ ରାଜାକୁ ଗିରଫ କରିବାରେ ସକ୍ଷମ ହୋଇପାରୁନଥିଲା ।

ତେବେ ଗତ 16 ତାରିଖରେ ଏସଟିଏଫ ଭୁବନେଶ୍ବରରୁ ରାଜାକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ରାଜା ଗିରଫ ହେବା ପରେ ତାର ଅନ୍ତର୍ଜାତୀୟ ଲିଙ୍କ୍ ଗୁମର ଖୋଲୁଥିଲା । ଏପଟେ ରାଜା ସହ ଥିବା ବିଭିନ୍ନ ଲିଙ୍କକୁ ମଧ୍ୟ ଛାନଭିନ ଜାରିରଖିଛି ଏସଟିଏଫ ।

ଏପଟେ ପ୍ରାଥମିକ ପର୍ଯ୍ୟାୟରେ ରଞ୍ଜନଙ୍କୁ ରାଜା ସହ ଲିଙ୍କ ନେଇ ଏସଟିଏଫ୍ 21- ବି, ଏମବିପିଏସ ଆକ୍ଟ , ଆର୍ମ ଆକ୍ଟ ,25 ଓ 27 ଅନୁଯାୟୀ ଶନିବାର ଗିରଫ କରିଥିବା ବେଳେ କେସ୍ ନଂ 14/19ରେ ଏକ ମାମଲା ରୁଜୁ କରିଛି । ତେବେ ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟି ଏଫ।ବାଲେଶ୍ଵର ସହଦେଵଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ରଞ୍ଜନ କୁମାର ସାହୁଙ୍କୁ ଏସଟିଏଫ ଦ୍ୱାରା ଗିରଫ ପରେ କୋର୍ଟ ଚାଲାଣ କରାଯାଇ ବାଲେଶ୍ଵର ଜେଲକୁ ସ୍ଥାନାନ୍ତର କରାଯାଇଛି। ଗତ 19 ତାରିଖରେ ରଞ୍ଜନ କୁମାର ସାହୁ ଓ ପ୍ରଦୀପ କୁମାର ଦେଙ୍କୁ ବାଲେଶ୍ଵର ଏସପି କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଗୁପ୍ତ ତଥ୍ୟ ଅନୁସାରେ, ରଞ୍ଜନ କୁମାର ସାହୁର ଆନ୍ତର୍ଜାତୀୟ ବ୍ରାଉନ ସୁଗର ମାଫିଆ ଶେଖ ରାଜା ସହ ସିଧା ସଳଖ ସମ୍ପର୍କ ରହିଥିଲା। ଯାହା ଫଳରେ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରିଥିଲେ ମଧ୍ୟ ରାଜାକୁ ଗିରଫ କରିବାରେ ସକ୍ଷମ ହୋଇ ପାରୁ ନଥିଲା। ଏବେ ରାଜାକୁ ଏସଟିଏଫ ରାଜାକୁ ଗିରଫ କରିବା ପରେ ତାର ଆନ୍ତର୍ଜାତୀୟ ସମ୍ପର୍କର ଗୁମର ଖୋଲୁଥିବା ବେଳେ ରାଜା ସହ ଥିବା ବିଭିନ୍ନ ଲିଙ୍କକୁ ମଧ୍ୟ ଛାନଭିନ କରୁଛି ଏସଟିଏଫ। ପ୍ରାଥମିକ ପର୍ଯ୍ୟାୟରେ ଆଜି ରଞ୍ଜନଙ୍କୁ ରାଜା ଲିଙ୍କ ନେଇ ଗିରଫ କରାଯାଇଥିବା ବେଳେ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.