ETV Bharat / state

ଗିନିଜ୍‌ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

author img

By

Published : Jan 16, 2021, 1:12 PM IST

ଏକ ଘଣ୍ଟା 3 ମିନିଟ ସମୟ ମଧ୍ୟରେ ଶୀର୍ଷାସନରେ ରହି ଶରୀରର ପୃଷ୍ଠ ଭାଗକୁ 6 ହଜାରରୁ ଅଧିକ ଥର ଗୋଇଠିରେ ସ୍ପର୍ଶ କରି ଗିନିଜ ବୁକ ଅଫ ୱାର୍ଲ୍ଡରେ ସ୍ଥାନ ପାଇଛନ୍ତି ବାଲେଶ୍ଵର ଔପଦା ବ୍ଲକର ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ । ଅଧିକ ପଢନ୍ତୁ...

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ବାଲେଶ୍ବର: ଗିନିଜ ବୁକ ଅଫ ୱାର୍ଲ୍ଡରେ ରେକର୍ଡରେ ସ୍ଥାନ ପାଇଲେ ଭାରତୀୟ ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବାଙ୍ଗୁରୁ ଗ୍ରାମର ଲକ୍ଷ୍ମୀଧର ଭୂୟାଁ ଏକ ଘଣ୍ଟା 3 ମିନିଟ ସମୟ ମଧ୍ୟରେ ଶୀର୍ଷାସନରେ ରହି ଶରୀରର ପୃଷ୍ଠ ଭାଗକୁ 6ହଜାରରୁ ଅଧିକ ଥର ଗୋଇଠିରେ ସ୍ପର୍ଶ କରି ପାରିଛନ୍ତି। 50 ବର୍ଷରୁ ଅଧିକ ବୟସ ହୋଇ ବି ସେ ଏଭଳି ବିରଳ ରେକର୍ଡ କରି ଗିନିଜ ବୁକ ଅଫ ୱାର୍ଲ୍ଡରେ ସ୍ଥାନ ଅଧିକାର କରିପାରିଛନ୍ତି ।

କର୍ଣ୍ଣେଲ ଭୂୟାଁ 1992ରୁ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ ମଧ୍ୟ ସେ ଜଣେ ମାରାଥନ ଦୌଡାଳି ଓ ଯୋଗ ଉପରେ 34 ବର୍ଷ ଅଭିଜ୍ଞତାର ଅଧିକାରୀ। ଆଜିଯାଏ କର୍ଣ୍ଣେଲ ଭୂୟାଁ 6ଟି ରେକର୍ଡର ଅଧିକାରୀ ହୋଇପାରିଛନ୍ତି ।

ସେ ହାସଲ କରିଥିବା ରେକର୍ଡ ଗୁଡିକ ମଧ୍ୟରେ କୋକାକୋଲା ବୁକ ଅଫ ରେକର୍ଡ୍ସ, ଲିମକା ବୁକ ଅଫ ରେକର୍ଡ୍ସ, ବେଷ୍ଟ ଅଫ ଇଣ୍ଡିଆ ରେକର୍ଡ୍ସ, ଇଣ୍ଡିଆ ବୁକ ଅଫ ରେକର୍ଡ୍ସ, ଏସିଆ ବୁକ ଅଫ ରେକର୍ଡ୍ସ ଓ ଏବେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.