ବାଲେଶ୍ବର: ଭିଜିଲାନ୍ସ(Vigilance) ସ୍କାନରରେ ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡ(Anti Smuggling Guard) । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନାର୍ଦ୍ଦନ ପଲାଇଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ସୂଚନାଅନୁସାରେ, ଜଳେଶ୍ବରରେ ନିଜ ବାସଭବନ, ଅଫିସ, ଶ୍ବଶୁର ଘର ସହ ଗଞ୍ଜାମ ସ୍ଥିତ ଛତ୍ରପୁର ପୈତୃକ ଘରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଏହି ଚଢାଉରେ 4 ଜଣ ଡ଼ିଏସପି 5 ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।
ଇଟିଭି ଭାରତ, ବାଲେଶ୍ବର